ଉଦଳା : ରାଜୀବ କୁମାର ବେହେରା-ଖୁଣ୍ଟା-ସିମଗଡ଼ିଆ ଅଞ୍ଚଳ ରେ ଉଦଳା ବନବିଭାଗର କଡା ଚଡ଼ାଉ: ମାଙ୍କଡା ଚୋରାଚାଳାନ ବେଳେ ବଡ ଖୁଲାସା l ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶ ରେ ଜଙ୍ଗଲ ପରି ବେଶରେ ପଥର ମାଫିଆଙ୍କ ଆସର ମେଲିଛି , ପ୍ରଶାସନ ଆଖିରେ ଧୂଳି ଦେଇ ସରକାରୀ ରାଜସ୍ୱକୁ ଲୁଣ୍ଠନ କରି ମାଲେ ମାଲ ହେଉଛନ୍ତି, ତେବେ ଏଭଳି ପରିସ୍ଥିତିରେ ସାମ୍ନାକୁ ଆସିଲା ସଫଳତାର ଚିତ୍ର, ଚୋରା ଚାଲାଣ ବେଳେ ମାଡ଼ିବସିଲା ଉଦଳା ବନବିଭାଗ, ଖୁଣ୍ଟା ବ୍ଲକ ଅଧୀନ ସିମଗଡ଼ିଆ ଅଞ୍ଚଳରେ ବନବିଭାଗ ଏକ ବଡ ଅଭିଯାନ କରି ନମ୍ବର ବିହୀନ ପିକଅପ ସହ ମାଙ୍କଡା ଚୋରାଚାଳାନକୁ ପ୍ରକାଶରେ ଆଣିଛି। ରାତ୍ର ପେଟ୍ରୋଲିଂ ସମୟରେ ବନ ଅଧିକାରୀ ସୁଶାନ୍ତ କୁମାର ବାଗଙ୍କ ନେତୃତ୍ୱରେ ଫୋରେଷ୍ଟ ଅଙ୍କୁର ମହାଳିକ, ଅନ୍ୟାନ୍ୟ କାର୍ଯ୍ୟ ରତ ଟିମ ଏହି କାର୍ଯ୍ୟାନୁଷ୍ଠାନ କରିଥିଲେ।
ସୂଚନା ଅନୁସାରେ, କୁସୁମ ଘାଟି ଓ ଶିମିଳିପାଳ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନ ଓ ଜଙ୍ଗଲୀ ପ୍ରାଣୀ ଚୋରାଚାଳାନର ଲମ୍ବା ଜାଲ ବିଷୟରେ ପୂର୍ବରୁ ବନବିଭାଗ ସୂଚନା ପାଇଥିଲା। ଏହା ପରେ ସିମଗଡ଼ିଆ ଅଞ୍ଚଳରେ ସନ୍ଦେହଜନକ ଭାବେ ଯାଉଥିବା ଗାଡିକୁ ଅଟକାଇ ତଲାଶି କରାଯାଇଥିଲା।
ତଲାଶି ସମୟରେ ପିକଅପ ଭିତରୁ ମାଙ୍କଡା ବୋଝେଇ ରହିଥିବା ଚମକକର ତଥ୍ୟ ସାମ୍ନାକୁ ଆସିଥିଲା। ବନବିଭାଗ ଟିମକୁ ଦେଖି ଚୋରାଚାଳାନରେ ଲିପ୍ତ ମାଫିଆମାନେ ଗାଡି ଛାଡି ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଓ ବିଲ ଭିତରେ ପଳାଇଯାଇଥିଲେ।
ଏହି ଘଟଣା ଏହା ସ୍ପଷ୍ଟ କରୁଛି ଯେ, ଅଞ୍ଚଳରେ ପଥର ମାଫିଆ ଓ ଜଙ୍ଗଲୀ ପ୍ରାଣୀ ଚୋରାଚାଳାନ ଚକ୍ର ବେଶି ସକ୍ରିୟ ହୋଇପଡ଼ିଛି। ପ୍ରତିଥର ଆଇନକୁ ଚ୍ୟାଲେଞ୍ଜ କରି ଫେରାର ହେଉଥିବା ଏହି ଚକ୍ର ଏବେ ଧରା ପଡ଼ିବାର ଭୟରେ ଅନ୍ଧାରକୁ ଆଶ୍ରୟ ନେଉଛି।
ବନବିଭାଗ ଗାଡିକୁ ଜବଦ କରି ତଦନ୍ତ ଜାରି ରଖିଛି। ଏହା ସହିତ ଆଗାମୀ ଦିନରେ ଏପରି ବେଆଇନ କାରବାର ବିରୋଧରେ ଆହୁରି କଡା ଅଭିଯାନ ଚାଲିବ ବୋଲି ସୂଚନା ମିଳିଛି।
ଚର୍ଚ୍ଚା NEWS












