ଖୁବଶୀଘ୍ର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା । ଭୁବନେଶ୍ୱର ଗସ୍ତ ସମୟରେ ସେ ଏମ୍ସ ଭୁବନେଶ୍ୱରରେ ଗୋଟିଏ ଦିନ ବିତାଇବେ । ସେଠାରେ ଏମ୍ସରେ ଚାଲିଥିବା ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଏବଂ ରୋଗୀଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସମୀକ୍ଷା କରିବେ ।
ଖୁବଶୀଘ୍ର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା । ଭୁବନେଶ୍ୱର ଗସ୍ତ ସମୟରେ ସେ ଏମ୍ସ ଭୁବନେଶ୍ୱରରେ ଗୋଟିଏ ଦିନ ବିତାଇବେ । ସେଠାରେ ଏମ୍ସରେ ଚାଲିଥିବା ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଏବଂ ରୋଗୀଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସମୀକ୍ଷା କରିବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ସୂଚନା ଦେଇଛନ୍ତି । ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ, ସେ ଏମ୍ସରେ ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ସୁବିଧା ଏବଂ ହସ୍ପିଟାଲର ସାମଗ୍ରିକ କାର୍ଯ୍ୟପ୍ରଣାଳୀ ନେଇ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ।
ତେବେ ଜେ.ପି. ନଡ୍ଡା ଠିକ୍ କେଉଁ ତାରିଖରେ ଓଡ଼ିଶା ଆସିବେ, ସେନେଇ ଏପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ ହୋଇନାହିଁ । ତାରିଖ ନିର୍ଦ୍ଧାରଣ ହେବା ପରେ ତାଙ୍କର ଗସ୍ତ କାର୍ଯ୍ୟସୂଚୀ ସ୍ପଷ୍ଟ ହେବ ବୋଲି ମନମୋହନ ସାମଲ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଏମ୍ସ ଭୁବନେଶ୍ୱରର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା ସହ ହସ୍ପିଟାଲର ବିଭିନ୍ନ ସମସ୍ୟା ଓ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।
ଚର୍ଚ୍ଚା news












