ପୁଣି ଜନନୀ ଯନ୍ତ୍ରଣା, ରାସ୍ତାର ଶୋଚନୀୟ ସ୍ଥିତି ଯୋଗୁଁ ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ, ଭଡ଼ା ଅଟୋରେ ମେଡିକାଲ ଗଲେ ମହିଳା ।
ପୁଣି ଜନନୀ ଯନ୍ତ୍ରଣା, ରାସ୍ତାର ଶୋଚନୀୟ ସ୍ଥିତି ଯୋଗୁଁ ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ, ଭଡ଼ା ଅଟୋରେ ମେଡିକାଲ ଗଲେ ମହିଳା । କଳାହାଣ୍ଡି ଥୁଆମୂଳ ରାମପୁର ଘୁଟିଗୁଡ଼ାରୁ ଆସିଲା ବିକାଶର ଦୟନୀୟ ଚିତ୍ର । ସରକାରୀ କାଗଜପତ୍ରରେ ବିକାଶର ନାରା ଦିଆଯାଉଥିବାବେଳେ ଉପାନ୍ତ ଅଞ୍ଚଳରେ ବାସ୍ତବତା ଆଜି ବି ଅତି ଭୟଙ୍କର । ପୁଣି ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ ବ୍ୟବସ୍ଥାର ଏକ ହୃଦୟବିଦାରକ ଚିତ୍ର ।
ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ମିଳିଲାନି । ଶେଷରେ ଷ୍ଟ୍ରେଚରରେ ପ୍ରାୟ ଦୁଇ କିଲୋମିଟର କାଦୁଅ ଭରା ରାସ୍ତାରେ ବୋହି ମୁଖ୍ୟ ରାସ୍ତାକୁ ଆଣିଲେ ପରିବାର ଲୋକ ଓ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁକୁ ଏକ ସବୁଦିନିଆ ପକ୍କା ରାସ୍ତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରାଯାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଯାହାଫଳରେ ଜରୁରୀ ସମୟରେ ରୋଗୀ ଓ ଗର୍ଭବତୀମାନେ ଏଭଳି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ତୁରନ୍ତ ମୌଳିକ ସୁବିଧା ସହ ରାସ୍ତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଚର୍ଚ୍ଚା NEWS












