ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେଠାରେ ସେ ଚାରିଟି ସହର ପରିଦର୍ଶନ କରିବେ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ଭାଗ ନେବେ
BY-SUBHASMITA-DT-5.4.2026
ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ଗୁଜରାଟର ଚାରିଟି ସହରରେ ହେବ ରୋଡ୍ଶୋ ଓ ନିବେଶକ ସମ୍ମିଳନୀ।
ବୟନ, ପେଟ୍ରୋକେମିକାଲ୍ସ, ଧାତବ ଶିଳ୍ପ, ଫାର୍ମା ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ଓଡ଼ିଶାକୁ ନୂଆ ପୁଞ୍ଜି ଆକର୍ଷିତ କରିବାକୁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରୟାସ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଆଲୋଚନା ସହ ଅନେକ ଏମ୍ଓୟୁ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି।
ମେ ୭ରେ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରି ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ସ କ୍ଷେତ୍ରର ସୁଯୋଗ ଅନୁସନ୍ଧାନ କରିବ ଓଡ଼ିଶା ପ୍ରତିନିଧି ଦଳ ।
ଚର୍ଚ୍ଚା news












