BY-shubhrakabta routray
ଭଦ୍ରକ – ଚାନ୍ଦବାଲି କୋର୍ଟ ପରିସରରୁ ପୋଲିସ ହେଫାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା। ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ। ଅଭିଯୁକ୍ତକୁ ଧରିବାକୁ ସ୍ୱତନ୍ତ୍ର ପୋଲିସ ଟିମ ଗଠନ ହୋଇଥିବା ସୂଚନା ଦେଲେ ଭଦ୍ରକ ଜିଲ୍ଲା ଅତିରିକ୍ତ ଏସପି। ଅଭିଯୁକ୍ତ ନାମରେ ଆଉ ଏକ ମାମଲା ଚାନ୍ଦବାଲି ଥାନାରେ ଦାୟର ହେବା ସହିତ ପୋଲିସ ଅଭିଯୁକ୍ତକୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଓ ଜାରି ରଖିଛି। ଅନ୍ୟପଟେ ଘଟଣାର ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ଦାୟିତ୍ବରେ ଥିବ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗତକାଲି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଆଇପିସି ୩୭୬ ଦଫାରେ ଅଭିଯୁକ୍ତ ଦେବବ୍ରତ ଦାସକୁ ଗିରଫ କରିବା ସହ କୋର୍ଟରେ ହାଜର ପାଇଁ ଚନ୍ଦବାଲି କୋର୍ଟକୁ ନେଇଥିଲା. ମାତ୍ର କୋର୍ଟରେ ହଜାର ପୂର୍ବରୁ ପୋଲିସ ହେପାଜାତରୁ ଚମ୍ପଟ ମାରିଲା ଅଭିଯୁକ୍ତ। ବାଂଶଡା ପୋଲିସର ଖାମଖିଆଲି କାର୍ଯ୍ୟ ପାଇଁ ଅଭିଯୁକ୍ତ ଜଣଙ୍କ ଖସି ଯାଇଥିବା ଅଭଯୋଗ ହୋଇଛି ।
ଚର୍ଚ୍ଚା news












