ଆଡ଼ପମଣ୍ଡପରେ ଦର୍ଶନ ସହ ଆଜି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ସେବନର ସୁଯୋଗ ହାତଛଡ଼ା କରିନାହାନ୍ତି ଭକ୍ତ। ମାତ୍ର ଠାକୁରଙ୍କ ନୀତି ବଢ଼ି ରୁନ୍ଧା ଶେଷ
BY- SBHASMITA DT-20.7.2026
ପୁରୀ :: DT-20.7.2026 :: ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ଦର୍ଶନ ପାଇଁ ଆଜି ସକାଳୁ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଛି। ଜନ୍ମବେଦିରେ ମହାପ୍ରଭୁଙ୍କ ଦିବ୍ୟ ଲୀଳା ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି।
ଦର୍ଶନ ସହ ଆଜି ଭକ୍ତମାନେ ପବିତ୍ର ଆଡ଼ପ ଅବଢ଼ା ସେବନର ସୌଭାଗ୍ୟ ମଧ୍ୟ ଲାଭ କରିଛନ୍ତି। ଠାକୁରଙ୍କ ନୀତି ବିଳମ୍ବ ହେବାରୁ ଅପରାହ୍ନ ୪ଟା ୧୦ ମିନିଟ୍ରେ ଅବଢ଼ା ବାହାରିଥିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରାୟ ୧ ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।
ଆଜିଠାରୁ ମହାପ୍ରଭୁଙ୍କଠାରେ ଅନ୍ନବ୍ୟଞ୍ଜନ ଭୋଗ ଆରମ୍ଭ ହୋଇଥିବାବେଳେ କୋଠଭୋଗରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ନିବେଦନ କରାଯାଇଛି। ସନ୍ଧ୍ୟାରେ ବନକଲାଗି ନୀତି ପାଇଁ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ଦିନସାରା ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।
ଚର୍ଚ୍ଚା NEWS












