BY-ରାଜୀବ କୁମାର ଦାସ
କୋଲକାତା :: କୋଲକାତାର ସମାଜସେବୀ ତଥା ନାଟ୍ୟ ନିର୍ଦ୍ଦେଶକ ତୁଷାରକାନ୍ତ ବେହେରାଙ୍କୁ ଉତ୍କଳୀକା ନୃତ୍ୟାନୁଷ୍ଠାନ ପକ୍ଷରୁ ଓଡିଶାର ପୁରୀର ଅର୍ଣ୍ଣପୁର୍ଣ୍ଣା ଥିଏଟରରେ ସମ୍ବର୍ଦ୍ଧିତ କରାଯାଇଛି। ‘କଳାଗ୍ରାହୀ’ ସମ୍ମାନରେ ତାଙ୍କୁ ନୃତ୍ୟଗୁରୁ ଘନଶ୍ୟାମ ବେହେରା, ନାଟ୍ୟ ନିର୍ଦ୍ଦେଶକ ରାମଚନ୍ଦ୍ର ମହାପାତ୍ର, ନୃତ୍ୟଗୁରୁ ଶେଖର ସୁମନ ମାଝୀ, ନୃତ୍ୟଗୁରୁ ଭାଗଶ୍ରୀ ପଟ୍ଟନାୟକ, ଓଡିଶୀ ନୃତ୍ୟଗୁରୁ ସୁରେନ୍ଦ୍ର କୁମାର, ପି.ଭି.ସି ରାମରାୟ ସମ୍ବର୍ଦ୍ଧିତ କରିଥିଲେ। ତୁଷାରକାନ୍ତ ବେହେରା କୋଲକାତାର ଟାଟାଷ୍ଟିଲ କମ୍ପାନୀରୁ ଅବସର ପରେ ସମାଜସେବା ଓ ନାଟ୍ୟ ନିର୍ଦ୍ଦେଶକ ପ୍ରତି ଆଗ୍ରହୀ। କୋଲକାତାରେ ବିଭିନ୍ନ ସଂଗଠନ ସହିତ ମିଶି ସମାଜସେବା ମାଧ୍ୟମରେ ନିଜକୁ ପରିଚିତ କରାଇ ପାରିଛନ୍ତି। ତାଙ୍କୁ ଉତ୍କଳୀକା ନୃତ୍ୟାନୁଷ୍ଠାନ ସଂଗଠନ ଦ୍ବାରା ଭାବଗ୍ରାହୀ ସମ୍ମାନ ମିଳିଥିବାରୁ ତାଙ୍କୁ ପ୍ରବାସୀ ଓଡିଆ ସମାଜ ପକ୍ଷରୁ ଅଭିନନ୍ଦିତ କରାଯାଇଛି |
ଚର୍ଚ୍ଚା news











