BY-ସୌମ୍ୟ ରଞ୍ଜନ ଦାସ
କଟକ ::କଟକରେ ଏକ ଦୁଃଖଦ ଅଘଟଣା ଘଟିଥିବା ବେଳେ ପାଣିରେ ବୁଡ଼ିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଅଭିନବ ବିଡାନାସୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲାଇଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପାଣି ଭିତରୁ ନାବାଳକଙ୍କ ମୃତଦେହକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ମୃତ ନାବାଳକଙ୍କ ପରିଚୟ ଏସ୍କେ ସରଫରାଜ ଭାବେ ହୋଇଥିବା ବେଳେ ସେ ଏସ କେ ସିରାଜଙ୍କ ପୁଅ ବୋଲି ଜଣାପଡ଼ିଛି। ତାଙ୍କ ବୟସ ମାତ୍ର ୧୨ ବର୍ଷ ଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ପରିବାର ଲୋକଙ୍କ ମଧ୍ୟରେ କାନ୍ଦଣାର ରୋଳ ପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ପହଞ୍ଚି ପେଶାଦାର ଢଙ୍ଗରେ ଉଦ୍ଧାର ଅଭିଯାନ କରି ମୃତଦେହକୁ ବାହାର କରିଥିଲେ। ଘଟଣା କିପରି ଘଟିଲା ଏବଂ କେମିତି ନାବାଳକ ଜଣକ ପାଣିରେ ବୁଡ଼ିଗଲେ, ସେନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି
ଚର୍ଚ୍ଚା news












