ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶାର ସଫଳତାକୁ ନେଇ ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ରାଜ୍ୟ। ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ୧୯୯୯ର ମହାବାତ୍ୟା ପରଠାରୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ଶିକ୍ଷା ଗ୍ରହଣ କରିଛି ଏବଂ ଆଜି “ଜିରୋ କାଜୁଆଲିଟି” ଲକ୍ଷ୍ୟ ପାଇଁ ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛି।
ପୁରୀରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହୋଇଥିବାରେ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକରୁ ମିଳୁଥିବା ଅଭିଜ୍ଞତା ଓ ନିଷ୍କର୍ଷ ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବ। ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିପର୍ଯ୍ୟୟ ପରିଚାଳନା ପଦ୍ଧତିର ଆଦାନ ପ୍ରଦାନ ସମସ୍ତଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି।
ସେହିପରି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନର କ୍ଷତିକୁ ଶୂନ୍ୟରେ ପହଞ୍ଚାଇବା ପାଇଁ ସରକାରଙ୍କ ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି।
ପୁଣିଥରେ ସାରା ବିଶ୍ୱ ସାମ୍ନାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
By Charcha News












