ପୁଣି ପାଠ୍ୟ ପୁସ୍ତକରେ ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ସାମ୍ନାକୁ ଆସିଛି ଗୁରୁଚଣ୍ଡାଳ ତ୍ରୁଟି । ସେତେବେଳେ ପ୍ରଥମ ଶ୍ରେଣୀରେ ବର୍ଣ୍ଣମାଳା ସ୍ବରବର୍ଣ୍ଣର ‘ଅ’ରୁ ଆରମ୍ଭହେଉଥିଲା ଏବଂ ବ୍ୟଞ୍ଜନବର୍ଣ୍ଣ ‘ଲ’ରେ ସରୁଥିଲା ।
ପୁଣି ପାଠ୍ୟ ପୁସ୍ତକରେ ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ସାମ୍ନାକୁ ଆସିଛି ଗୁରୁଚଣ୍ଡାଳ ତ୍ରୁଟି । ସେତେବେଳେ ପ୍ରଥମ ଶ୍ରେଣୀରେ ବର୍ଣ୍ଣମାଳା ସ୍ବରବର୍ଣ୍ଣର ‘ଅ’ରୁ ଆରମ୍ଭହେଉଥିଲା ଏବଂ ବ୍ୟଞ୍ଜନବର୍ଣ୍ଣ ‘ଲ’ରେ ସରୁଥିଲା । ପିଲା ବି ଓଡ଼ିଆ ଅକ୍ଷର ସବୁକୁ ଏଭଳି ‘ଅ’ରୁ ‘ଲ’ ପର୍ଯ୍ୟନ୍ତ ମନେ ରଖୁଥିଲେ । ହେଲେ ଏଥର ପ୍ରଥମ ଶ୍ରେଣୀରେ ସେ ସବୁ ସ୍ବରବର୍ଣ୍ଣ କି ବ୍ୟଞ୍ଜନବର୍ଣ୍ଣ ନାହିଁ । ବରଂ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଯେଉଁ ବହି ଝୁଲଣା-୧’ ପଢ଼ାଯାଉଛି ସେଥିରେ ପ୍ରଥମ ଅକ୍ଷର ‘ଚ’ । ‘ଚ’ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି । ଏହା ପରେ ରହିଛି ଟ, ମ, ଗ ଓ ର। ଏହା ପରେ ଯାଇ ଆସୁଛି ‘ଅ’ ଓ ‘ଆ’ ଏବଂ ତା ପରେ ‘ଝ’ ଓ ‘କ’ । ବଡ଼କଥା ହେଉଛି ବହି ଆରମ୍ଭରୁ ବା ସୂଚୀପତ୍ର ପୂର୍ବରୁ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଆମ ଜାତୀୟ ସଙ୍ଗୀତ’ ଲେଖା ହୋଇଛି । ବନ୍ଦେ ଉତ୍କଳ ଜନନୀରେ ‘ଘନ ଘନ ବନଭୂମି’କୁ ‘ଘନ ବନଭୂମି’ ଲେଖା ହୋଇଥିବା ବେଳେ ଜାତୀୟ ସଙ୍ଗୀତରେ ଉତ୍କଳ ବନାନ ମଧ୍ୟ ଭୁଲ୍ ରହିଛି ।
ବଡ଼କଥା ହେଉଛି ଏ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପହଞ୍ଚିପାରିନାହିଁ । ଅଭିଭାବକ ଓ ଶିକ୍ଷକ ତ୍ରୁଟିଯୁକ୍ତ ପିଡିଏଫ୍ ଫାଇଲ୍ ଧରି ବାରଦୁଆର ହେଉଛନ୍ତି । ବହିରେ ବିଚିତ୍ର ପାଠକୁ ନେଇ ଅଭିଭାବକଙ୍କ ସହ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଝୁଲଣା-୧ ନାମରେ ଏହି ପାଠ୍ୟପୁସ୍ତକକୁ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟରେ ପଢ଼ାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ଏହାକୁ ନଛପାଇ ସମସ୍ତ ଅଭିଭାବକଙ୍କୁ ପିଡିଏଫ୍ ଫାଇଲ୍ ପଠାଇଛନ୍ତି । ଏବେ ଅଭିଭାବକମାନେ ୧୬୮ ପୃଷ୍ଠାର ପିଡିଏଫ୍ ଫାଇଲ୍ ଧରି ପ୍ରିଣ୍ଟ କରିବା ପାଇଁ ବାରଦୁଆର ହେଉଛନ୍ତି । ଅଧିକାଂଶ ଅଭିଭାବକ ଏହି ପିଡିଏଫ୍ ଫାଇଲ୍କୁ ପ୍ରିଣ୍ଟ କରି, ବହି ତିଆରି କରିବାକୁ ନାପସନ୍ଦ କରିଛନ୍ତି ।
ଚର୍ଚ୍ଚା news











