BY-ସୌମ୍ୟକାନ୍ତ ବେହେରା
କଣାସ :ପୁରୀ ଜିଲ୍ଲା କଣାସ ଘଟଣା କୁ ପୂର୍ବତନ ପିସିସି ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଙ୍କ ନେତୃତ୍ୱ ରେ ଆଜି ଶହ ଶହ ମହିଳା ଓ ଯୁବକ ଏକାଠି ହୋଇ ଦୋକନ୍ଦା ମେଳଣ ପଡ଼ିଆ ରେ ଏକାଠି ହୋଇଥିଲେ । କଣାସ ରେ ଯେଉଁଭଳି ଖଣ୍ଡାରେ ହାଣି ବୁଲେଟ ମଡେଇବା ଘଟଣା କୁ ଘୋର ନିନ୍ଦା କରିବା ସହିତ ଅଭିଯୁକ୍ତ ଙ୍କୁ ପୋଲିସ ନ ଧରିଲେ ଆଗାମୀ ଦିନରେ କଣାସ ଓ ସତ୍ୟବାଦୀ ରେ ଘୋର ପ୍ରତିବାଦ ହେବ ବୋଲି ପ୍ରଶାସନ ଙ୍କୁ ଚେତାବନୀ ଦେଇଥିଲେ । ପୋଲିସ ର ଗୁଇନ୍ଦା ବିଭାଗ ବିଫଳ ହୋଇଛି ଏଠି ଦିନେରେ ବାଲି ବେପାର ହେବ, ପୋଲିସ ଜାଣିକି ମଧ୍ୟ ଅଭିଯୁକ୍ତ ମାନଙ୍କୁ ଧରୁନି କି କାଯ୍ୟଅନୁଷ୍ଠାନ ନେଉନି । ଆମ ରାଜ୍ୟରେ ବିଜେପି ର ଡବଲ ଇଞ୍ଜିନ ସରକାର ଏ କ୍ଷେତ୍ରରେ କଣାସ ଅଞ୍ଚଳ ବାସି ଶାନ୍ତି ଚାହୁଁଛନ୍ତି । ଯଦି ସରକାର ଆମ କଥା ନ ଶୁଣନ୍ତି ଯଦି ଦୁଇ ଘଣ୍ଟା ରେ ଏତେ ଲୋକ ଏକାଠି ହୋଇଛୁ ଆଗାମୀ ଦିନରେ ବହୁତ ବଡ଼ ଧାରଣର ବିକ୍ଷୋଭ ଦେଖିବ ଏ ସରକାର ବୋଲି ହରିଚନ୍ଦନ କହିଥିଲେ ।
ଚର୍ଚ୍ଚା news












