ବଢ଼ୁଛି ବୈତରଣୀ ଓ ଖରସ୍ରୋତା, ଆଉ ଏହା ସହ ବଢ଼ି ଚାଲିଛି ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା । ଦୀର୍ଘ ୭ ଦିନ ହେଲା ବନ୍ୟା ପାଣି ଘେରରେ ରହିଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ୧୫ଟି ପଞ୍ଚାୟତର ପ୍ରାୟ ୩୫ ହଜାର ଲୋକ ।
ବଢ଼ୁଛି ବୈତରଣୀ ଓ ଖରସ୍ରୋତା, ଆଉ ଏହା ସହ ବଢ଼ି ଚାଲିଛି ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା । ଦୀର୍ଘ ୭ ଦିନ ହେଲା ବନ୍ୟା ପାଣି ଘେରରେ ରହିଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ୧୫ଟି ପଞ୍ଚାୟତର ପ୍ରାୟ ୩୫ ହଜାର ଲୋକ । ଗାଁ ଦାଣ୍ଡରୁ ଚାଷଜମି, ସବୁଠି ଖେଳୁଛି ବନ୍ୟା ପାଣି ।
ସ୍ଥିତି ଆହୁରି ଗମ୍ଭୀର କରିଛି ଶହେ ଫୁଟର ଘାଇ । ବାରାହା ଦୋମଣ୍ଡା ପଞ୍ଚାୟତର କାଇମା କନପୁରରୁ ଗୁଣ୍ଠଳ ରାସ୍ତାର କାଇମା କନପୁର ନିକଟରେ ପ୍ରାୟ ଶହେ ଫୁଟର ଘାଇ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଗୁଣ୍ଠଳ, ମାନପୁର ଓ ଦୋମଣ୍ଡା ଏହି ତିନିଟି ଗାଁ ଜଳମଗ୍ନ ହୋଇଛି ।
ଘାଇ ଦେଇ ଦ୍ରୁତ ଗତିରେ ବନ୍ୟା ପାଣି ପଶିବାରୁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଲୋକଙ୍କ ସହ ଗୃହପାଳିତ ପଶୁଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି । ବନ୍ୟା ପାଣିରୁ ବର୍ତ୍ତିବା ପାଇଁ ଗୃହପାଳିତ ପଶୁମାନେ ଉଚ୍ଚ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ସେପଟେ ଗୁଣ୍ଠଳ ଭେଡ଼ା ନିକଟରେ ବନ୍ୟା ପାଣିରେ ଏକ ଷଣ୍ଢ ଫସି ରହିଥିବା ଖବର ମିଳିଛି । ଷଣ୍ଢଟିକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି । ତେବେ ବୈତରଣୀ ଓ ଖରସ୍ରୋତାର ଜଳସ୍ତର ବଢ଼ୁଥିବାରୁ ଆଗକୁ ସ୍ଥିତି ଆହୁରି ଚିନ୍ତାଜନକ ହେବାର ଆଶଙ୍କା ରହିଛି ।
ଚର୍ଚ୍ଚା TV












