ଘଟଣାସ୍ଥଳରେ ପହଞ୍ଚିଲେ ମହିଳା କମିସନ । କହିଲେ , ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବୁ । ସାକ୍ଷୀ ପ୍ରମାଣ ବୟାନ ଆଧାରରେ ତଦନ୍ତ ହେବ । ପୀଡ଼ିତାଙ୍କୁ ଭେଟିବା ପରେ ମୃତ ସୌମ୍ୟରଞ୍ଜନଙ୍କ ଘରକୁ ଯିବୁ । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ , ଯେତେ ବଡ଼ ଲୋକ ହେଲେ ବି କାହାକୁ ଛଡ଼ାଯିବନି ।
BY_SUBHASMITA-DT_8.4.2026
ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ମହିଳା କମିସନ୍ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବାକୁ କମିସନ୍ ପକ୍ଷରୁ କୁହାଯାଇଛି । ସାକ୍ଷୀ, ପ୍ରମାଣ ଓ ବୟାନ ଆଧାରରେ ତଦନ୍ତ ହେବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପରେ ମୃତ ସୌମ୍ୟରଞ୍ଜନଙ୍କ ଘରକୁ ଯିବେ ବୋଲି ମହିଳା କମିସନ୍ କହିଛନ୍ତି । ଯିଏ ଦୋଷୀ, ସେଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ହେବ ଏବଂ “ଯେତେ ବଡ଼ ଲୋକ ହେଲେ ବି କାହାକୁ ଛାଡ଼ାଯିବ ନାହିଁ” ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେପଟେ ଘଟଣାକୁ ନେଇ ଅଭିଯୋଗକାରୀ ଯୁବତୀ ମୁହଁ ଖୋଲିଛନ୍ତି । ଘଟଣା ଦିନ କିପରି ସବୁ କିଛି ଘଟିଥିଲା ସେନେଇ ସେ ବିସ୍ତାରରେ କହିଛନ୍ତି । ଏହି ହତ୍ୟାକାଣ୍ଡକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ, ସେଥିପାଇଁ ସତର୍କ ରହିବାକୁ ରାଜ୍ୟ ପୁଲିସ୍ ମୁଖିଆଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପର୍ଯ୍ୟନ୍ତ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିବାବେଳେ, ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜାଖୋଜି ଜାରି ରହିଛି ।
ଚର୍ଚ୍ଚା news












