ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ ।
ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ । ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରନ୍ତି ବିଜେଡି ସୁପ୍ରିମୋ । ଦେବାଶିଷ ବିଜେଡି ଛାଡ଼ି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣା ଏବେ ଏକ ରୋଚକ ମୋଡ଼ ସୃଷ୍ଟି କରିଛି ।
ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ । ଗତ କିଛି ମାସ ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ । ଦେବାଶିଷ ଇସ୍ତଫା ଦେବା ପରେ ସବୁଠି ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ଅନୁସାରେ ଦେବାଶିଷ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ସେ କୃତଜ୍ଞ କିନ୍ତୁ ଗତ କିଛି ବର୍ଷ ଧରି ଦଳ ପାଇଁ ନିଷ୍ଠାର ସହ କାମ କରିଥିଲେ ମଧ୍ୟ ତାଙ୍କୁ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, “ଦଳରେ ମୋତେ ବ୍ୟବସ୍ଥିତ ଭାବେ ଅପମାନିତ କରାଯାଉଥିଲା ଏବଂ ମୋର ସେବାକୁ ଦଳ ଆଉ ଆବଶ୍ୟକ ମନେ କରୁନାହିଁ ।”
ଏହା ସହ ସେ ସାର୍ବଜନୀନ ସ୍ୱାର୍ଥ ଓ ଆତ୍ମସମ୍ମାନକୁ ଦୃଷ୍ଟିରେ ରଖି ଏହି କଠିନ ସିଦ୍ଧାନ୍ତ ନେଇଥିବା କହିଛନ୍ତି । ଦେବାଶିଷଙ୍କ ଇସ୍ତଫା ପରେ ରାଜ୍ୟର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଅପରାହ୍ନରେ ସେ ଦିଲ୍ଲୀରେ ବିଜେପିରେ ଯୋଗଦେଇପାରନ୍ତି ବୋଲି ମଧ୍ୟ ସୂଚନା ମିଳୁଛି । ଏପଟେ ବିଜେଡି ଶୀର୍ଷ ନେତୃତ୍ୱ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିବା ବେଳେ, ଆଗାମୀ ଦିନରେ ଦଳ ପକ୍ଷରୁ ଆହୁରି କଠୋର ପଦକ୍ଷେପ ନିଆଯାଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ।
ଚର୍ଚ୍ଚା news












