ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ଆସନ୍ତା ୩୦ ତାରିଖରେ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ହେବ । ଦିନ ୧୧ଟାରୁ ସ୍ୱତନ୍ତ୍ର ଅଧିବେଶନ ବସିବ
BY-SUBHASMITA-DT-25.4.2026
ଭୁବନେଶ୍ଵର :ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର କରି ରାଜ୍ୟର ରାଜନୈତିକ ପରିବେଶ ତୀବ୍ର ହେଉଥିବା ବେଳେ, ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତା ୩୦ ତାରିଖରେ ବିଧାନସଭାର ଏକ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିବ। ସକାଳ ୧୧ଟାରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନରେ ମହିଳାଙ୍କ ରାଜନୈତିକ ସହଭାଗୀତା ଓ ସମାନ ଅଧିକାର ନେଇ ବିସ୍ତୃତ ଆଲୋଚନା ହେବ।
ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଧିକାରିକ ଭାବେ ବିଜ୍ଞପ୍ତି ଜାରି ହୋଇଛି। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭୂମିକାକୁ ଆହୁରି ସୁଦୃଢ କରିବା ନେଇ ସଦସ୍ୟମାନେ ନିଜ ମତ ରଖିବେ ବୋଲି ଆଶା କରାଯାଉଛି।
ଉଲ୍ଲେଖନୀୟ ଯେ, ଚଳିତ ମାସରେ କେନ୍ଦ୍ର ସରକାର ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ସେଠାରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ପ୍ରୟାସ ହୋଇଥିଲା। କିନ୍ତୁ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ନମିଳିବାରୁ ସେହି ପ୍ରସ୍ତାବ ଆଗକୁ ବଢ଼ି ପାରିନଥିଲା। ଏହାକୁ ନେଇ ରାଜନୀତିକ ମହଳରେ ଦୋଷାରୋପ ଆରମ୍ଭ ହୋଇଛି। ବିଜେପି ପକ୍ଷରୁ ବିରୋଧୀ ଦଳମାନଙ୍କୁ ଦାୟୀ କରାଯାଉଥିବା ବେଳେ, ବିରୋଧୀ ଶିବିର ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ଅଣାଯିବ |
ଚର୍ଚ୍ଚା news












