ଭଦ୍ରକରେ ଦୁଇ କିନ୍ନର ଗୋଷ୍ଟି ମୁହାଁମୁହିଁ । ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପରସ୍ପରଙ୍କୁ ଆକ୍ରମଣ। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଏକ ଗୋଷ୍ଠୀର ୭ ଜଣ କିନ୍ନର ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।
ଭଦ୍ରକରେ ଦୁଇ କିନ୍ନର ଗୋଷ୍ଟି ମୁହାଁମୁହିଁ । ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପରସ୍ପରଙ୍କୁ ଆକ୍ରମଣ। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଏକ ଗୋଷ୍ଠୀର ୭ ଜଣ କିନ୍ନର ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ କିନ୍ନରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କିଛି ବର୍ଷ ହେବ ଭଦ୍ରକ ଚରମ୍ପା ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗିରହିଛି। ସଞ୍ଜନା କିନ୍ନର ଗୋଷ୍ଠୀ ଦ୍ୱାରା ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଶ୍ରାବଣୀ କିନ୍ନର ଅଭିଯୋଗ କରିଛନ୍ତି ।
ତେବେ ଏହି ଆକ୍ରମଣ ବିଷୟରେ ଗ୍ରାମାଞ୍ଚଳ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କିନ୍ନର ଗୋଷ୍ଠୀ ବିବାଦକୁ ନେଇ ପୂର୍ବରୁ ଭଦ୍ରକ ଏସପିଙ୍କ ପାଖରେ ଅଭିଯୋଗ ହୋଇଛି। ତେବେ ଏହି ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ।
ଚର୍ଚ୍ଚା tv












