Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର

    ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର

    By Charcha NewsApril 2, 2026
    Share
    Facebook Twitter Email WhatsApp

    ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ::

    ଭୁବନେଶ୍ୱର ୧ ଏପ୍ରିଲ ୨୦୨୬ ::ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍‌ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

    ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଭିସା ଆପ୍ଲିକେସନ୍ ସେଣ୍ଟର ପାଇଁ ରାଜ୍ୟବାସୀଙ୍କ ବହୁଦିନରୁ ଦାବୀ ରହିଆସିଥିଲା, ଆମେ ଏ ସମ୍ୱନ୍ଧରେ କେନ୍ଦ୍ର ସରକାରଙ୍କ ନିକଟରେ ସହଯୋଗ କାମନା କରିଥିଲୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଭୁବନେଶ୍ୱରରେ ଏହି ଭିସା ଆପ୍ଲିକେସନ୍ ସେଣ୍ଟର କାର୍ଯ୍ୟକ୍ଷମ ହେଲା । ଏହା ଓଡିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ବାରା ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କେନ୍ଦ୍ର ସ୍ଥାପିତ ହେବାଦ୍ବାରା ସମଗ୍ର ବିଶ୍ବ ସହିତ ଓଡିଶାର କନେକ୍ଟିଭିଟି ବୃଦ୍ଧିହେବ। ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରୀକ ସେବା ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ। ସେ କହିଥିଲେ ଯେ, ଏପରି ପଦକ୍ଷେପ ଓଡିଶାର ଯୁବବର୍ଗଙ୍କ ବିଦେଶ ଯାତ୍ରାକୁ ସହଜ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବ।

    ସେ ଆହୁରି କହିଥିଲେ ଯେ, ରାଜ୍ୟରେ ଶିଳ୍ପାୟନ ଓ ଅର୍ଥନୈତିକ କାର୍ଯ୍ୟକ୍ରମର ଅଭିବୃଦ୍ଧି ଯୋଗୁଁ ଓଡିଶାରେ ଏକ Visa Application Centreର ଆବଶ୍ୟକତା ଥିଲା। ସ୍ଥାନୀୟ ଯୁବ ପ୍ରଫେସନାଲଙ୍କ ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ। ପୂର୍ବରୁ ସେମାନେ ଭିସା ଆବେଦନ ପାଇଁ କୋଲକାତା ଓ ହାଇଦ୍ରାବାଦକୁ ଯିବାକୁ ପଡୁଥିଲା। ଏବେ ସେମାନେ ସହଜରେ ଓ ସୁବିଧାରେ ଭିସା ପାଇପାରିବେ।

    ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବାବା ସାହେବ ଆମ୍ବେଦକର ବସ୍ ଟର୍ମିନାଲ ଭିତରେ ପ୍ରାୟ ୩,୦୦୦ ବର୍ଗଫୁଟ୍ ଜାଗା ଏହି ଭିସା ସେଣ୍ଟର ପାଇଁ ପ୍ରଦାନ କରିଛନ୍ତି।

    ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ର ୟୁନାଇଟେଡ୍ କିଙ୍ଗଡମ୍, ଆୟରଲ୍ୟାଣ୍ଡ, ଅଷ୍ଟ୍ରିଆ, ଏସ୍ତୋନିଆ, ଇଟାଲୀ, ମାଲ୍ଟା, ସ୍ୱିଜରଲ୍ୟାଣ୍ଡ, ଜାପାନ, ମରୋକ୍କୋ ଓ ଇଜିପ୍ଟ ସହିତ ମୋଟ ୧୦ଟି ଦେଶ ପାଇଁ ଭିସା ସେବା ପ୍ରଦାନ କରିବ। ଆଗାମୀ ଦିନରେ ଅଧିକ ଦେଶକୁ ଏହି ସେବାରେ ଯୋଡାଯିବ ବୋଲି ସେ କହିଥିଲେ।

    ସୂଚନାଯୋଗ୍ୟ ଯେ, VFS ଗ୍ଲୋବାଲ ଭାରତର ୨୦ଟି ସହରରେ ୫୬୦ରୁ ଅଧିକ କେନ୍ଦ୍ର ମାଧ୍ୟମରେ ୫୩ଟି ଦେଶ ପାଇଁ ଭିସା ସେବା ପ୍ରଦାନ କରୁଛି। VFS ଗ୍ଲୋବାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବିନ କାର୍‌କରିଆ ସଂସ୍ଥାଟିକୁ ବିଶ୍ୱର ସର୍ବବୃହତ୍ ଭିସା ଓ କନସୁଲାର ସେବା ପ୍ରଦାନକାରୀ ଭାବେ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ସଂସ୍ଥାଟି ୧୬୭ଟି ଦେଶରେ ୭୦ଟି ସରକାରକୁ ଭିସାସେବା ଯୋଗାଇ ଦେଉଛି। ଭାରତର ୨୦ ଟି ସହରରେ ଏହି ସଂସ୍ଥାର ୫୬୦ ଟି ଭିସା ଆପ୍ଲିକେସନ ସେଣ୍ଟର କାମ କରୁଛି ।

    VFS ଗ୍ଲୋବାଲ ଏକ ବିଶ୍ୱସନୀୟ ପ୍ରଯୁକ୍ତି ସେବା ପ୍ରଦାନକାରୀ ସଂସ୍ଥା ଭାବେ ସରକାର ଓ ଦୂତାବାସମାନଙ୍କୁ ଭିସା, ପାସପୋର୍ଟ ଓ କନସୁଲାର ସେବା ପ୍ରଦାନ କରିବାରେ ସହଯୋଗ କରୁଛି। ୧୬୭ଟି ଦେଶରେ ଏହିସଂସ୍ଥାର ୪,୦୦୦ରୁ ଅଧିକ କେନ୍ଦ୍ର ରହିଛି।

    ଏହି ଅବସରରେ ଅଷ୍ଟ୍ରିଆ, ଇଟାଲୀ ଓ ସ୍ୱିଜରଲ୍ୟାଣ୍ଡ ଦୂତାବାସର ଭାରତରେ ଅବସ୍ଥାପିତ ଅଧିକାରୀଙ୍କ ସମେତ ଓଡ଼ିଶା ବିଧାନ ସଭାର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, VFS ଗ୍ଲୋବାଲ ସାଉଥ ଏସିଆର COO ୟୁମି ତଲୱାର ପ୍ରମୁଖ ଉପସ୍ଥିତ ଥିଲେ ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.