Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,
    • ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ
    • ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି
    • ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::
    • ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :
    • ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ
    • ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ
    • ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ::

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ::

    By Charcha NewsApril 2, 2026
    Share
    Facebook Twitter Email WhatsApp

    Dt-2.4.2026

    ୯୧ତମ ଓଡ଼ିଶା ଦିବସରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ

    ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

    ଭାଷାଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶାର ଐତିହାସିକ

    ଅବଦାନକୁ ସ୍ମରଣ

    ଭୁବନେଶ୍ବର ହେବ ଗ୍ରେଟର୍ ଭୁବନେଶ୍ବର

    ଅସ୍ମିତା ବିହୀନ ବିକାଶ ଏକ ସଭ୍ୟତା ସୃଷ୍ଟି କରିପାରିବ ନାହିଁ , ଏହା କେବଳ ଏକ ଯନ୍ତ୍ରବତ୍ ସମାଜ ସୃଷ୍ଟି କରିବ

    ମହିଳା, କୃଷକ ଓ ଗରିବଙ୍କ ସଶକ୍ତିକରଣରେ ସରକାରଙ୍କ ଗୁରୁତ୍ୱ

    ଭିତ୍ତିଭୂମି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟିରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଓଡ଼ିଶା

    ‘ରାଷ୍ଟ୍ରପତି ପୋଲିସ୍ କଲର୍ସ’ ସମ୍ମାନ ରାଜ୍ୟ ପାଇଁ ଗର୍ବର ବିଷୟ

    ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗାମୀ ୧୦ ବର୍ଷ ହେବ ସଂକଳ୍ପର ଦଶକ

    ୧୯୩୬ ମସିହାରେ ଗଠିତ ଓଡ଼ିଶା ରାଜ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଏକ ନୂଆ ଦିଗ ଦେଖାଇଥିଲା ଏବଂ ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ରାଜ୍ୟଗଠନ ପାଇଁ ପଥପ୍ରଦର୍ଶକ ହୋଇଥିଲା ବୋଲି ୯୧ତମ ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ସମସ୍ତ ଓଡ଼ିଆଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଓଡ଼ିଶାର ଗୌରବମୟ ଇତିହାସ, ଅସ୍ମିତା ଓ ସଂକଳ୍ପକୁ ସ୍ମରଣ କରି କହିଥିଲେ ।

    ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ପାଇକ ବିଦ୍ରୋହ ଓ ଭାଷା ଆଧାରିତ ଆନ୍ଦୋଳନର ଗୌରବକୁ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଆ ଭାଷା ଓ ସଂସ୍କୃତି ହିଁ ରାଜ୍ୟ ଗଠନର ପ୍ରମୁଖ ଶକ୍ତି। ସେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଏକତାକୁ ବଜାୟ ରଖି ଆଗକୁ ବଢିବାକୁ ଆହ୍ୱାନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବା ଚିଠିକୁ ପଢ଼ି କୃତଜ୍ଞତା ଜଣାଇବା ସହିତ ଓଡ଼ିଶା ପୋଲିସଙ୍କୁ ମିଳିଥିବା ‘ରାଷ୍ଟ୍ରପତି ପୋଲିସ୍ କଲର୍ସ’ ସମ୍ମାନକୁ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।

    ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୩୬ରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବା ସମୟରେ ରାଜ୍ୟକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ୨୦୩୬ ସୁଦ୍ଧା ଅର୍ଥନୀତିକୁ ୫୦୦ ବିଲିଅନ ଡଲାର ଏବଂ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଜି ପ୍ରତ୍ୟେକ ଓଡ଼ିଆ ସମର୍ପିତ ମନୋଭାବ ନେଇ ଆଗକୁ ବଢ଼ୁଛନ୍ତି ।

    ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ମହିଳା, କୃଷକ, ଆଦିବାସୀ ଓ ଗରିବ ଲୋକଙ୍କ ସଶକ୍ତିକରଣ ସରକାରଙ୍କ ପ୍ରାଥମିକତା । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଆର୍ଥିକ ସହାୟତା ପାଉଥିବା ସହ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବ। କୃଷକମାନଙ୍କ ପାଇଁ ଧାନର ନ୍ୟାୟସଙ୍ଗତ ମୂଲ୍ୟ, ରିଭଲଭିଙ୍ଗ ପାଣ୍ଠି ଓ ଆଧୁନିକ ଗୋଦାମ ନିର୍ମାଣ ଭଳି ଅନେକ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ସଡକ, ରେଳ, ବିମାନ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବ୍ୟାପକ ବିକାଶ ଚାଲିଥିବା ସହ ଭୁବନେଶ୍ୱରକୁ ଆଧୁନିକ ଫାଇନାନ୍ସିଆଲ ଓ ଟେକ୍ ହବ୍ ଭାବେ ଗଢ଼ି ତୋଳିବା ଉଦ୍ୟମ ଚାଲିଛି । ପୁରୀରୁ ପାରାଦୀପ ପର୍ଯ୍ୟନ୍ତ ଅଞ୍ଚଳକୁ ଅର୍ଥନୈତିକ କେନ୍ଦ୍ର ଭାବେ ବିକଶିତ କରିବା ଓ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

    ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ୍ ସ୍ଥାପନ ଓ ଡାକ୍ତର ନିଯୁକ୍ତି ଉଦ୍ୟମ ସହ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ରାଜ୍ୟବାସୀ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସେହିପରି ଶିଳ୍ପ ନିବେଶ ଓ ସରକାରୀ ନିଯୁକ୍ତି ମାଧ୍ୟମରେ ରୋଜଗାର ସୃଷ୍ଟିରେ ରାଜ୍ୟ ଆଗୁଆ ଅଛି ବୋଲି ଉଲ୍ଲେଖ କରିଥିଲେ। ବିକାଶ ସହିତ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଆଗାମୀ ୧୦ ବର୍ଷକୁ ସଂକଳ୍ପର ଦଶକ ଭାବେ ଚିହ୍ନଟ କରି ସମସ୍ତଙ୍କୁ ସମୃଦ୍ଧ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।

    ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରାଯାଇଥିଲା । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ଅପ୍ରେଲ ମାସର ସଂସ୍କରଣକୁ ଉନ୍ମୋଚନ ହେବା ସହିତ ପ୍ରଗତି ପ୍ରବାହର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକୃତା ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ସହ ମାନପତ୍ର ଓ ରେଡକ୍ରସ ପକ୍ଷରୁ ୮ ଜଣଙ୍କୁ ୨୫,୦୦୦ ଟଙ୍କା ଅର୍ଥ ରାଶି ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାରୋହକୁ ସମାପ୍ତ କରାଯାଇଥିଲା ।

    ଏହି କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଏକାମ୍ର-ଭୁବନେଶ୍ୱରର ବିଧାୟକ ଶ୍ରୀ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସୂଚନା ଓ ଲୋକସମ୍ପର୍କ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026 ଅର୍ଥନୀତି

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026 ଆଜିର ଖବର

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026 ଆଜିର ଖବର

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026 ଆଜିର ଖବର

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026 ଆଜିର ଖବର

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026 ଆଜିର ଖବର

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026 ଆଜିର ଖବର

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026 ଅର୍ଥନୀତି

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026 ଆଜିର ଖବର

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026 ଆଜିର ଖବର

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026 ଆଜିର ଖବର

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026 ଆଜିର ଖବର
    Watch YouTube

    You May Like

    ବଜାରରୁ ସମ୍ପୂର୍ଣ୍ଣ ନିଷେଧ ହେବ ସିନ୍ଥେଟିକ୍ ପନିର,

    May 6, 2026

    ଇରାନରେ ଭୟଙ୍କର ଅଗ୍ନିକାଣ୍ଡସପିଂ ସେଣ୍ଟରରେ ୮ ଜୀବନ୍ତ ଦଗ୍ଧ, ୩୬ ଆହତ

    May 6, 2026

    ହିଞ୍ଜିଳି ହତ୍ୟାକାଣ୍ଡକୁ ନେଇ ସରଗରମ ରାଜନୀତି

    May 6, 2026

    ଆକାଶରେ ଜରୁରୀ ସ୍ଥିତିସୃଷ୍ଟି ::

    May 6, 2026

    ପାକିସ୍ତାନକୁ ଝଟ୍‌କା ଦେଲା ଟ୍ରମ୍ପପ୍ରଶାସନ :

    May 6, 2026

    ଜୁନପହିଲାରେ ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ

    May 6, 2026

    ଆସମରେ ନୂଆ ସରକାର , ଇସ୍ତଫା ଦେଲେ ହିମନ୍ତ

    May 6, 2026

    ମେ ୮ରେ ଶପଥ ନେଇପାରନ୍ତି ବିଜୟ : କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.