ରାଷ୍ଟ୍ରପତିଙ୍କ ଜନ୍ମମାଟିରୁ ଲୋକଙ୍କ ସରକାରର ସଫଳତାର ସାର୍ଟିଫିକେଟ ଲୋକଙ୍କ ସାମ୍ନାରେ ରଖିବେ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ରେ ଏଥିପାଇଁ ରାଇରଙ୍ଗପୁର ମାଟିରେ ହେବ ବର୍ଷ ପୂର୍ତ୍ତିର ବିଶାଳ ସମାବେଶ।
ରାଷ୍ଟ୍ରପତିଙ୍କ ଜନ୍ମମାଟିରୁ ଲୋକଙ୍କ ସରକାରର ସଫଳତାର ସାର୍ଟିଫିକେଟ ଲୋକଙ୍କ ସାମ୍ନାରେ ରଖିବେ ପ୍ରଧାନମନ୍ତ୍ରୀ। ଆସନ୍ତା ୨୦ରେ ଏଥିପାଇଁ ରାଇରଙ୍ଗପୁର ମାଟିରେ ହେବ ବର୍ଷ ପୂର୍ତ୍ତିର ବିଶାଳ ସମାବେଶ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାଇରଙ୍ଗପୁର ସମେତ ଓଡ଼ିଶା ପାଇଁ ଏକାଧିକ ପ୍ରକଳ୍ପ ଭେଟିଦେବାର ରହିଛି କାର୍ଯ୍ୟକ୍ରମ। ସମାବେଶକୁ ସଫଳ କରିବାକୁ ସରକାରୀସ୍ତରରେ ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି।
ଜୁନ ୧୨ରେ ମୋହନ ସରକାରଙ୍କୁ ପୂରିବ ଦୁଇ ବର୍ଷ । ରାଜ୍ୟ ସରକାର କେତେ ସଫଳ ହୋଇଛନ୍ତି, କେଉଁ କ୍ଷେତ୍ରରେ ଉପଲବ୍ଧି ପାଇଛନ୍ତି ତାର ହିସାବ କିତାବ କରିବେ ଖୋଦ ପ୍ରଧାନମନ୍ତ୍ରୀ । ଆଉ ରାଜ୍ୟବାସୀଙ୍କ ସାମ୍ନାରେ ମୋହନ ସରକାରଙ୍କ ପାରିବାପଣିଆର ଖୋଲା ଚିଠା ରଖିବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିମନ୍ତ୍ରଣ ପରେ ଓଡ଼ିଶା ଆସିବା ପାଇଁ ପ୍ରଧାନମନ୍ତ୍ରୀ ସବୁଜ ସଂକେତ ଦେଇଛନ୍ତି । ୨୦ ତାରିଖରେ ଏଥିପାଇଁ ରାଇରଙ୍ଗପୁରରେ ବିଶାଳ ଓ ଭବ୍ୟ ସମାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ନିଜେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ ସୁରକ୍ଷାକୁ ବେଶ ଗୁରୁତ୍ବ ଦିଆଯାଇଛି।
ଚର୍ଚ୍ଚା news












