ମାନ୍ୟବର ରାଷ୍ଟ୍ରପତି ଏପ୍ରିଲ ୨୧ ତାରିଖ ସକାଳୁ ନୂଆ ଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ପୂର୍ବାହ୍ନ ୧୦.୨୫ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ୧୧.୧୦ ମି ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ
ଭୁବନେଶ୍ବର: ମାନ୍ୟବର ରାଷ୍ଟ୍ରପତି ଏପ୍ରିଲ ୨୧ ତାରିଖ ସକାଳୁ ନୂଆ ଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ପୂର୍ବାହ୍ନ ୧୦.୨୫ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ୧୧.୧୦ ମି ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ |କାର୍ଯ୍ୟକ୍ରମକୁ ସୁରଖୁରୁରେ ସମ୍ପାଦିତ କରିବାକୁ ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଗୃହ,ଶିଳ୍ପ,ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା , ବିଜ୍ଞାନ ଓ କାରିଗରୀ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର.କେ ଶର୍ମା ସୂଚନା ପ୍ରଦାନ କରିଥିଲ। ବୈଠକରେ ଆଲୋଚନା ଅନୁସାରେ, ମାନ୍ୟବର ରାଷ୍ଟ୍ରପତି ଏପ୍ରିଲ ୨୧ ତାରିଖ ସକାଳୁ ନୂଆ ଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ପୂର୍ବାହ୍ନ ୧୦.୨୫ ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ୧୧.୧୦ ମି ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚି ସଡ଼କ ପଥରେ ସେକ୍ଟର ୧୩ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ଓ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦ୍ଘାଟନ କରିବେ । ପରେ ରାଉରକେଲା ଠାରେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଭବନ, ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ, କୋଏଲ ନଗର ସ୍ଥିତ ପ୍ରମୋଦ ଉଦ୍ୟାନ ଭଳି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିବେ । ସାଧାରଣ ସଭାପରେ ରାଷ୍ଟ୍ରପତି ଜନ ଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ରାଉରକେଲାର ପରିଦର୍ଶନ କରିବେ । କାର୍ଯ୍ୟକ୍ରମ ସରିବା ପରେ ମାନ୍ୟବର ରାଷ୍ଟ୍ରପତି ରାଉରକେଲାରୁ ପ୍ରତ୍ୟାବର୍ତ୍ତନ କରି ଝାରସୁଗୁଡ଼ା ଦେଇ ଅପରାହ୍ନ ୪.୫୦ ରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ବୈଠକରୁ ଜଣାପଡ଼ିଛି । ବିଭିନ୍ନ କାର୍ଯ୍ୟକ୍ରମ ସମନ୍ୱୟ ପାଇଁ ରାଜ୍ୟସ୍ତରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଅରିନ୍ଦମ ଡାକୁଆଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ସୁନ୍ଦରଗଡ଼ ଜିଲ୍ଲାପାଳ ଡଃ. ଶୁଭଙ୍କର ମହାପାତ୍ର, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓ୍ୱାଇ. ବି. ଖୁରାନିଆ ପ୍ରମୁଖଉପସ୍ଥିତ ଥିଲେ।
ଚର୍ଚ୍ଚା news












