ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୌସୁମୀ ହେଉ କିମ୍ବା ମୌସୁମୀ ଅଧିବେଶନ, ଯଦି ଉଭୟ ସକାରାତ୍ମକ ଥାଏ, ତେବେ ଏହା ଅତ୍ୟନ୍ତ ଲାଭଦାୟକ।
BY – Subhasmita -ତାରିଖ: ୨୦ ଜୁଲାଇ ୨୦୨୬
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରି ଦେଶର କଲ୍ୟାଣ ପାଇଁ ଅଧିବେଶନକୁ ଫଳପ୍ରଦ କରିବାକୁ ସମସ୍ତ ସାଂସଦଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି, ସକାରାତ୍ମକ ମୌସୁମୀ ବର୍ଷା ଯେପରି ଦେଶ ପାଇଁ ଆଶୀର୍ବାଦ, ସେହିପରି ସକାରାତ୍ମକ ମୌସୁମୀ ଅଧିବେଶନ ମଧ୍ୟ ଲୋକହିତରେ ଗୁରୁତ୍ୱପୂର୍ଣ୍ଣ ହେବ।
ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଓ ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଆର୍ଥିକ ଅଭିବୃଦ୍ଧି ହାସଲ କରୁଥିବା କଥା ସେ ଉଲ୍ଲେଖ କରିଛନ୍ତି। ମହାକାଶ, ସେମିକଣ୍ଡକ୍ଟର, ଷ୍ଟାର୍ଟଅପ୍, ସବୁଜ ହାଇଡ୍ରୋଜେନ୍ ଟ୍ରେନ୍ ଓ ଶିଳ୍ପ କ୍ଷେତ୍ରର ସଫଳତା ଭାରତର ବଢ଼ୁଥିବା ଶକ୍ତିର ପ୍ରତୀକ ବୋଲି ସେ କହିଛନ୍ତି। ସଂସଦରେ ହଟ୍ଟଗୋଳ ପରିବର୍ତ୍ତେ ତଥ୍ୟ ଓ ଯୁକ୍ତିଭିତ୍ତିକ ଆଲୋଚନା ହେବା ଉଚିତ୍ ବୋଲି କହି ସେ ପ୍ରତ୍ୟେକ ସାଂସଦଙ୍କୁ ଲୋକହିତକୁ ପ୍ରାଧାନ୍ୟ ଦେଇ ଅଧିବେଶନକୁ ସଫଳ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ଚର୍ଚ୍ଚା NEWS












