BY-SUBHASMITA-DT-23.4.2026
ଓଡ଼ିଆ ସଙ୍ଗୀତ ଜଗତର ପରିଚିତ କଣ୍ଠଶିଳ୍ପୀ Human Sagarଙ୍କ ଅକସ୍ମାତ ମୃତ୍ୟୁକୁ ଚାରି ମାସ ବିତିଗଲାଣି, କିନ୍ତୁ ଏହି ଘଟଣାର ସତ୍ୟ ଆଜିପର୍ଯ୍ୟନ୍ତ ରହସ୍ୟରେ ଆବୃତ। Cuttackରୁ ସମ୍ମୁଖକୁ ଆସିଥିବା ଏହି ଘଟଣା ଆରମ୍ଭରୁ ହିଁ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା।ଜଣେ ଲୋକପ୍ରିୟ କଳାକାରଙ୍କ ଅସମୟରେ ମୃତ୍ୟୁ, ତା’ପରେ ମୃତକଙ୍କ ମା’ଙ୍କ ଗୁରୁତର ଅଭିଯୋଗ ଏହା ସମସ୍ତଙ୍କୁ ଉଦ୍ବିଗ୍ନ କରିଥିଲା। ମା’ ଖୋଲାମେଲା ଭାବେ କିଛି ବ୍ୟକ୍ତିଙ୍କ ନାଁ ଉଠାଇ ସଠିକ୍ ଓ ନିଷ୍ପକ୍ଷ ତଦନ୍ତ ଦାବି କରିଥିଲେ। ଏହା ସତ୍ତ୍ୱେ, ପୁଲିସ ତଦନ୍ତର ଗତି ଆଜି ପ୍ରଶ୍ନରେ ଘେରାଯାଇଛି।
ଘଟଣା ପରେ ଆରମ୍ଭିକ ଚର୍ଚ୍ଚା ଓ ଆଶା ଥିଲା ଶୀଘ୍ର ସତ୍ୟ ପ୍ରକାଶ ପାଇବ। କିନ୍ତୁ ସମୟ ବିତିବା ସହିତ ସେହି ଆଶା ଏବେ ନିରାଶାରେ ପରିଣତ ହେଉଛି। କେବଳ କିଛି ନୋଟିସ୍ ଜାରି କରିବା ପରେ ତଦନ୍ତ ପ୍ରାୟ ନିରବ ହୋଇଯାଇଛି।
ଏଠାରେ ଉଠୁଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କାହିଁକି ତଦନ୍ତରେ ଏତେ ବିଳମ୍ବ?ତଦନ୍ତ କେଉଁ ପର୍ଯ୍ୟାୟରେ ଅଟକିଛି?
ଗୁରୁତର ଅଭିଯୋଗ ଥିବା ସତ୍ତ୍ୱେ କାହିଁକି କଠୋର କାର୍ଯ୍ୟ ହେଉନାହିଁ? କୌଣସି ପ୍ରଭାବଶାଳୀ ଶକ୍ତି ତଦନ୍ତକୁ ପ୍ରଭାବିତ କରୁଛି କି? ତଦନ୍ତର ଧୀର ଗତି ପୁଲିସର କାର୍ଯ୍ୟପ୍ରଣାଳୀ ଉପରେ ସନ୍ଦେହ ସୃଷ୍ଟି କରୁଛି। ସାଧାରଣ ଲୋକମାନେ ଏବେ ଜାଣିବାକୁ ଚାହୁଁଛନ୍ତି ସତ୍ୟ କେବେ ସାମ୍ନାକୁ ଆସିବ? ଏହା କେବଳ ଜଣେ କଳାକାରଙ୍କ ମୃତ୍ୟୁର ଘଟଣା ନୁହେଁ, ଏହା ଜଣେ ମା’ଙ୍କ ନ୍ୟାୟ ପାଇଁ ଯୁଦ୍ଧ। ସେହି ସହିତ, ଏହା ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥାର ପରୀକ୍ଷା।
ଯଦି ଏମିତି ସଂବେଦନଶୀଳ ମାମଲାରେ ମଧ୍ୟ ସତ୍ୟ ପ୍ରକାଶରେ ବିଳମ୍ବ ହୁଏ, ତେବେ ସାଧାରଣ ଲୋକ ନ୍ୟାୟ ପାଇଁ କାହାକୁ ଭରସା କରିବେ? ସବୁଠାରୁ ବଡ଼ ପ୍ରଶ୍ନ ଆଜି ବି ସେଇ ସତ୍ୟ କେବେ ସାମ୍ନାକୁ ଆସିବ? ନ୍ୟାୟ କେବେ ମିଳିବ?
ଚର୍ଚ୍ଚା news











