BY-ରବିନ୍ଦ୍ର ନାଥ ମହାପାତ୍ର
କମ୍ରେଡ଼ ଚାରୁମଜୁମଦାର ଓ ଲେଲିନ୍ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ସ୍ମୃତି ଚାରଣ ସଭା” ତଳ ସିକାବାଡି ରେ ଅନୁଷ୍ଠିତ ହୋଇଯାଇଛି
ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡି ଗ୍ରାମରେ ବୁଧବାର ସିପିଆଇ (ଏମଏଲ) ଲିବରେସନ ତରଫରୁ ୫୮ ତମ ପାର୍ଟି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ରେଡ଼ ଚାରୁମଜୁମଦାର ଙ୍କ ଫୋଟୋ ଚିତ୍ରରେ ସାମୁହିକ ପୁଷ୍ପମାଲ୍ୟାର୍ପଣ କରିବା ସହ କମ୍ରେଡ଼ ଚରୁମାଜୁମଦାର ଅମର ରହେ, କମ୍ରେଡ଼ କେ.ଲେଲିନ୍ ଅମର ରହେ ନାରାରେ ଚତୁଃର୍ଦିଗ ପ୍ରକମ୍ପିତ ହୋଇଥିବା ବେଳେ ଏକ ବିଶାଳ ଶୋଭାଯାତ୍ରା ସହିତ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ସିପିଆଇ (ଏମ ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗଙ୍କ ତତ୍ୱାବଧାନ ରେ,ସୀମାଦ୍ରୀ ପାତିକା, ଅନିରୁଦ୍ଧ ନିଶିକା, ମୁରଲୀ ମୂଟୁକା, ବୁଡୁ ତୋଇକା, ତୁଳସୀ କୁମୁରିକା, ମୋହନ ପାତିକା, ଶିବ ହରକା, ସେଞ୍ଜିଆମା କଣ୍ଡାଗରି, ମୋହନ ନିଶିକା, ଗୁଣ୍ଡୁରୁ ତୋଇକା ପ୍ରମୁଖ ଉପସ୍ଥିତ ରହିଥିଲେ। ଉକ୍ତ ସଭାରେ ସରକାରଙ୍କ ବିକାଶ ନାମର ଜଳ ଜଙ୍ଗଲ ଜମି ତଥା ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ ଦିଗରେ ଆଲୋକପାତ କରାଯାଇଥିଲା। ଯେପରିକି କାଶିପୁର ଅଞ୍ଚଳରେ ଯୁଗ ଯୁଗ ଧରି ଆଦିବାସୀ ଦଖଲ କରି ଆସୁଥିବା ଜମିକୁ ସରକାର ଲୁଟ କରିବା ପାଇଁ ଦମନ ଓ ମିଥ୍ଯା ଷଢଯନ୍ତ୍ର କରାଯାଇଛି। ଆଦିବାସୀ ଦେଶର ସାଂବିଧାନ ଓ ପେସା ଆଇନ୍ ରେ ଆଦିବାସୀର ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାରକୁ ଛଡେଇ ନେବା ପାଇଁ ଷଡଯନ୍ତ୍ର ରଚିଥିବା ବେଳେ ଆଦିବାସୀ ମାନେ ଶାସକ, ପ୍ରଶାସକର ଶୋଷଣ ଓ ଠକେଇର ଶିକାର ହେଉଛନ୍ତି। ସରକାର ଆଦିବାସୀ ମାନଙ୍କ ସାମ୍ଭିଧାନିକ ଅଧିକାରରୁ ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ରଖି ପୋଲିସ ଦ୍ୱାରା ଦମନ କରାଯାଉଛି । ଜଙ୍ଗଲ ଅଧିକାର ଆଇନ- ୨୦୨୬ କାର୍ଯ୍ୟକାରୀ କରାଯାଉନାହିଁ । ସରକାର ଆଦିବାସୀଙ୍କ ଦୁଃଖ ଓ ଦୁର୍ଦଶା ଭୁଲି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି ଏବଂ ଆଦିବାସୀ ମାନଙ୍କ ଦଖଲ ଥିବା ଘର ଉପରେ ବୁଲଡଜର ଚଳାଇ ଘର ଭାଙ୍ଗୁଛନ୍ତି, ଯାହା ଏକ ନିନ୍ଦନୀୟ ଓ ଦୁଃଖଦ ଘଟଣା ହୋଇପଡିଛି। ଏଥି କରଣ ସକାଶେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତ୍ତର ହେବ ବୋଲି ସିପିଆଇ (ଏମଏଲ) ଲିବରେସନର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି।
ଚର୍ଚ୍ଚା news












