ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଜଣେ ଯୁବକ । ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି ।
ହସ୍ପିଟାଲରେ ଅଭାବନୀୟ କାଣ୍ଡ । ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କଲେ ଜଣେ ଯୁବକ । ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାକୁ ନେଇ ବରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ବରଗଡ଼ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଚମକାଇଦେବା ଘଟଣା । ସୂଚନା ଅନୁଯାୟୀ, ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ଜଣେ ଯୁବକ ହଠାତ୍ ଉତ୍ତେଜିତ ହୋଇ କର୍ତ୍ତବ୍ୟରତ ଡାକ୍ତର ସୁଦୀପ୍ତ ରାଉତଙ୍କ ଉପରେ ଷ୍ଟୁଲ୍ ଫିଙ୍ଗି ଆକ୍ରମଣ କରିଥିଲେ । ହଠାତ୍ ହୋଇଥିବା ଏହି ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିବାବେଳେ ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା ।
ଏହି ସମଗ୍ର ଘଟଣା ହସ୍ପିଟାଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଅଭିଯୁକ୍ତ ଯୁବକ ହଠାତ୍ ଷ୍ଟୁଲ୍ ଉଠାଇ ଡାକ୍ତରଙ୍କ ଉପରକୁ ଫିଙ୍ଗୁଥିବା ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।ଘଟଣା ପରେ ହସ୍ପିଟାଲ କର୍ମଚାରୀ ଓ ସୁରକ୍ଷାକର୍ମୀମାନେ ଅଭିଯୁକ୍ତଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଯୁବକ ଏପରି ଆକ୍ରମଣ କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡାକ୍ତରଙ୍କ ଉପରେ ଏଭଳି ଆକ୍ରମଣକୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ତୀବ୍ର ନିନ୍ଦା କରିଥିବାବେଳେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଚର୍ଚ୍ଚା news












