ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା ପ୍ରାୟ ୭୯ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ସୁଭଦ୍ରା ଅର୍ଥରାଶି ଆସିଛି । ମୋଟ ଉପରେ ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିଛି ।
ଓଡିଶା :ରାଜ୍ୟର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିର ଖବର। ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ହୋଇଥିବା ପ୍ରାୟ ୭୯ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ବକେୟା ଅର୍ଥରାଶି ଜମା ହୋଇଛି। ମୋଟ ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କୁ ଏହି ଲାଭ ମିଳିଛି। ସରକାରୀ ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ପ୍ରାୟ ୬୨ କୋଟି ଟଙ୍କା ସିଧାସଳଖ ମହିଳାଙ୍କ ଖାତାକୁ ପ୍ରେରଣ କରାଯାଇଛି। ଏହା ସହିତ ଆଉ ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ ଫିଲ୍ଡ ଭେରିଫିକେସନ୍ ଚାଲୁ ରହିଛି ଏବଂ ଏପର୍ଯ୍ୟନ୍ତ ୩ ଲକ୍ଷ ୨୬ ହଜାର ନୂତନ ଆବେଦନ ମଧ୍ୟ ମିଳିଛି। ସରକାର କହିଛନ୍ତି, ସମସ୍ତ ଯୋଗ୍ୟ ମହିଳାଙ୍କ ପାଖରେ ଯୋଜନାର ଲାଭ ପହଞ୍ଚାଇବାକୁ ପ୍ରତିବଦ୍ଧ ରହିବେ। ଏହାକୁ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଭାବେ ଦେଖାଯାଉଛି।
ଚର୍ଚ୍ଚା NEWS












