BY -ଶ୍ରୀକାନ୍ତ ନନ୍ଦ
ଆଜି ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ଦୀର୍ଘ ୨୫ ବର୍ଷର ସେବା ଓ ସମର୍ପଣକୁ ସ୍ମରଣ କରି ଆଜିଠାରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ମାସବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ଏହି ଅଭିଯାନ ଅଧୀନରେ ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରାଞ୍ଚଳ ଆଶ୍ରୟସ୍ଥଳୀ ପରିସରରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେବାର ସଙ୍କଳ୍ପ ନେଇ ବହୁ ବିଜେପି କର୍ମୀ ସ୍ୱେଚ୍ଛାସେବୀ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ। ଶିବିରରେ ପ୍ରାୟ ୩୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା କୁହାଯାଇଛି। ସଂଗ୍ରହ ହୋଇଥିବା ଏହି ରକ୍ତ ଆବଶ୍ୟକତା ସମୟରେ ରୋଗୀଙ୍କ ଜୀବନ ରକ୍ଷାରେ ସହାୟକ ହେବ।
ଏହି ଅବସରରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ଓ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।
ସେବା ଓ ସମର୍ପଣର ଏହି ପ୍ରୟାସ ମାଧ୍ୟମରେ ଜନ୍ମଦିନ ପାଳନ ସହିତ ସମାଜ ପାଇଁ ଏକ ସେବାର ବାର୍ତ୍ତା ଦିଆଯାଇଛି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଶ୍ରୀକାନ୍ତ ନନ୍ଦ ଙ୍କ ରିପୋର୍ଟ ଲ
ଚର୍ଚ୍ଚା tv












