କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ସଫଳତା ହାସଲ କରିଥିବା ରାଜ୍ୟର ଦୁଇ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଛନ୍ତି।
BY-SUBHASMITA-DT-17.4.2026
ଭୁବନେଶ୍ବର:DT-17.4.2026 :ଭୁବନେଶ୍ୱର: ସଫଳତା କେବଳ ସ୍ୱପ୍ନ ନୁହେଁ, ଏହା ପରିଶ୍ରମ ଓ ନିଷ୍ଠାର ଫଳ ଏହାକୁ ପ୍ରମାଣ କରିଦେଲେ ଓଡ଼ିଶାର ଦୁଇ ପ୍ରତିଭାଶାଳୀ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ। Central Board of Secondary Education (ସିବିଏସ୍ଇ) ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ରାଜ୍ୟକୁ ଗର୍ବିତ କରିଥିବା ଏହି ଦୁଇ ଛାତ୍ରୀଙ୍କୁ ଆଜି Mohan Charan Majhi ଲୋକସେବା ଭବନରେ ସମ୍ମାନିତ କରିଛନ୍ତି । ଟିନା ଓ ଆଲିଶାଙ୍କ ଏହି ଅସାଧାରଣ ସଫଳତା ମାତ୍ର ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ । ସେମାନଙ୍କୁ ରୂପା ତାରକସି ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ନିଷ୍ଠା ଓ ପରିଶ୍ରମ ରହିଲେ କୌଣସି ଲକ୍ଷ୍ୟ ଦୂର ନୁହେଁ ।ଡାକ୍ତର ହେବା ଲକ୍ଷ୍ୟ
ଉଭୟ ଛାତ୍ରୀ ଆଗାମୀ ଦିନରେ ଡାକ୍ତର ହୋଇ ସମାଜ ସେବା କରିବାକୁ ଚାହୁଁଛନ୍ତି । ଟିନା ରଥ କାର୍ଡିଓଲୋଜିଷ୍ଟ ହେବାକୁ ଲକ୍ଷ୍ୟ
ଆଲିଶା ବିଶ୍ୱାଳ ନ୍ୟୁରୋଲୋଜିଷ୍ଟ ହେବାକୁ ଲକ୍ଷ୍ୟ ଏହି ଲକ୍ଷ୍ୟ ସେମାନଙ୍କର ଦୃଢ଼ ମନୋବଳ ଓ ସମାଜ ପ୍ରତି ଦାୟିତ୍ୱବୋଧକୁ ପ୍ରକାଶ କରୁଛି। ଲ ଆଲିଶାଙ୍କ କହିବା ଅନୁଯାୟୀଦିନକୁ ୪-୫ ଘଣ୍ଟା ନିୟମିତ ପଢ଼ା ପ୍ରତ୍ୟେକ ବିଷୟ ପାଇଁ ଅଲଗା ସମୟ
NCERT ପାଠ୍ୟପୁସ୍ତକକୁ ଲାଇନ୍ ଅନୁଯାୟୀ ପଢ଼ାନିଷ୍ଠା ଓ ଧ୍ୟାନଏହି ସରଳ ନୀତିଗୁଡ଼ିକ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଟିନା ଓ ଆଲିଶାଙ୍କ ଏହି ଅଭୁତପୂର୍ବ ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କୁ ନୂଆ ଉତ୍ସାହ ଦେଇଛି। ସେମାନେ ପ୍ରମାଣ କରିଛନ୍ତି ଛୋଟ ସହରରୁ ମଧ୍ୟ ବଡ଼ ସ୍ୱପ୍ନ ସତ୍ୟ ହୋଇପାରେ ଏହି ସଫଳତା କେବଳ ଏକ ରିଜଲ୍ଟ ନୁହେଁ, ଏହା ହେଉଛି ଏକ ପ୍ରେରଣା। ଟିନା ଓ ଆଲିଶାଙ୍କ ଯାତ୍ରା ଆଗାମୀ ପିଢ଼ୀକୁ ଦେଖାଉଛି ସଫଳତା ପାଇଁ ଦରକାର ହେଉଛି ନିଷ୍ଠା, ପରିଶ୍ରମ ଓ ସଠିକ ଦିଗ |
ଚର୍ଚ୍ଚା news











