ବାଲିଅନ୍ତା ଭିଡ଼ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଂଚର ତଦନ୍ତକାରୀ ଟିମ୍। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆକ୍ସନମୋଡରେ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଂଚର ଡିଏସପି ରତ୍ନପ୍ରଭା ସତପଥୀଙ୍କୁ ତଦନ୍ତଭାର ଦେଇଛନ୍ତି ଡିଜିପି।
ବାଲିଅନ୍ତା ଭିଡ଼ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା କ୍ରାଇମବ୍ରାଂଚର ତଦନ୍ତକାରୀ ଟିମ୍। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆକ୍ସନମୋଡରେ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଂଚର ଡିଏସପି ରତ୍ନପ୍ରଭା ସତପଥୀଙ୍କୁ ତଦନ୍ତଭାର ଦେଇଛନ୍ତି ଡିଜିପି। ଏନେଇ କ୍ରାଇମବ୍ରାଂଚ ପକ୍ଷରୁ ଏକ ମାମଲା( ୬/୨୦୨୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଂଚ ଏସପି ଅନିରୁଦ୍ଧ ରାଉତରାୟଙ୍କ ତତ୍ବବ୍ୟବଧାନରେ ଏହି ମାମଲାର ତଦନ୍ତ କରିବେ ଡିଏସପି ରତ୍ନପ୍ରଭା ସତପଥୀ। ଏନେଇ କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଅନ୍ତା ଘଟଣାରେ ରୁଜୁ ହୋଇଥିବା ଅସଦାଚରଣ ଏବଂ ହତ୍ୟା ଦୁଇଟି ମାମଲାର ତଦନ୍ତ କରିବ ଟିମ୍। ଆଜି ଘଟଣାସ୍ଥଳକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିବ। ଶନିବାର ଲୋକସେବା ଭବନରେ ଭିଡ଼ ହତ୍ୟାକୁ ନେଇ ଚାଲିଥିଲା ପ୍ରାୟ ୩ ଘଣ୍ଟାର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଡିଜିପିଙ୍କୁ କଡ଼ା ତାଗିଦ୍ ମଧ୍ୟ କରୀଥିଲେ ମୁଖ୍ୟମନ୍ତ୍ରୀ ।
ଚର୍ଚ୍ଚା news












