ଦୁଇ ଟ୍ରାକ୍ଟର ଜବଦ, ମାଫିଆଙ୍କ ମଧ୍ୟରେ ଛନକା ::
BY-ରାଜୀବ କୁମାର ବେହେରା
ମୟୁରଭଞ୍ଜ : ଉଦଳା ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ l ପ୍ରଶାସନକୁ ଖୋଲା ଚେଲେଞ୍ଜ ଦେଉଛନ୍ତି ମାଫିଆ, ସ୍ପଷ୍ଟ ଦିବାଲୋକ ରେ କରୁଥିଲେ ଚୋରା କାରବାର ଅଟକ ରହିଲା ଦୁଇ ଟ୍ରାକ୍ଟର l ଚୋରା ଲଘୁ ଖଣିଜ ଚାଲାଣକୁ ନେଇ ପ୍ରଶାସନ ଆକ୍ସନ ମୋଡ୍କୁ ଆସିଛି। ବିଶେଷ ସୂତ୍ରରୁ ଖବର ପାଇ ଉପଖଣ୍ଡ ପ୍ରଶାସନ ଓ ଉଦଳା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ଓ ମାଟି ଚାଲାଣ କରାଯାଉଥିବା ବେଳେ ଦୁଇଟି ଟ୍ରାକ୍ଟରକୁ ପୃଥକ ପୃଥକ ସ୍ଥାନରୁ ଜବଦ କରାଯାଇଛି। ସୂଚନା ଅନୁସାରେ ଉଦଳା ଡିଆଇ ଅଫିସ ଛକ ନିକଟରୁ ଏବଂ ବୈରାଟପୁର ଅଞ୍ଚଳରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ମାଡ଼ି ବସିଥିଲା।
ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ାଉରେ ଦୁଇଟି ଟ୍ରାକ୍ଟରକୁ ଜବଦ କରାଯାଇଥିବା ବେଳେ, ଘଟଣାକୁ ନେଇ ଉଦଳା ପୋଲିସ ତଦନ୍ତ ଜାରି ରଖିଛି।
ପ୍ରଶାସନର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବେଆଇନ ଖଣିଜ ଚାଲାଣରେ ଲିପ୍ତ ମାଫିଆମାନଙ୍କ ମଧ୍ୟରେ ଛନକା ପସିଥିବା ବେଳେ, ଆଗାମୀ ଦିନରେ ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ଆହୁରି କଡ଼ା ନଜର ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଚର୍ଚ୍ଚା news












