BY- ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ଆର ଏମ୍ ସି ବଜାର ପ୍ରାଙ୍ଗଣ ପରିସରରେ ରବି ୠତୁ ଧାନ କିଣା ନିମନ୍ତେ ପ୍ରସାଶନ ପକ୍ଷ ରୁ ଶୁଭ ଉଦଘାଟନ ହୋଇଯାଇଛି ସ୍ଥାନୀୟ ଆଡ଼ିସିନାଲ ତହସିଲଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ଏହି ସମୟ ରେ ଯୋଗାଣ ନିରୀକ୍ଷକ ଅମର ଶବର, ଲ୍ୟାମ୍ପ ଏମ୍ ଡି ଗୁପ୍ତ ପ୍ରାସଦ ପାନାଡ଼ା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।ତେବେ ପଞ୍ଜୀକୃତ କରିଥିବା ୧୩ଶହ୨୦ଜଣ ଚାଷୀ ଙ୍କ ଟୋକେନ ହିସାବ ରେ ଧାନ କିଣାଯିବ ବୋଲି ସୁଚନା ମିଳିଛି।ଆଜି ର ଏହି ଶୁଭ ଉଦଘାଟନ ସମୟରେ ସମସ୍ତ ମିଲିର ଙ୍କ ସହ ଅନେକ ଚାଷୀ ଭାଇ ମାନେ ଉପସ୍ଥିତ ରହିଥିଲେ।ଜୁନ୍ 30 ପର୍ଯ୍ୟନ୍ତ ଧାନ କିଣା ଯିବ ବୋଲି ଏମ୍ ଡି ସୂଚନା ଦେଇଥିଲେ।ଲ୍ୟାମ୍ପ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଚର୍ଚ୍ଚା news












