ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କର ପ୍ରମୁଖ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି।
BY-Subhasmita-date 21.7.2026
ଓଡ଼ିଶାର ବହୁଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି। କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡୁ ଓ କିଶୋର କୁମାର କର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।
ଏହାପୂର୍ବରୁ ଅନୁପମ ଘୋଷ ଓ ଅସୀମ କୁମାର ଘୋଷଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି। ଅନ୍ୟପଟେ, ଏହି ମାମଲାରେ ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କୁ କ୍ରାଇମବ୍ରାଞ୍ଚ ପୂର୍ବରୁ ଗିରଫ କରିସାରିଛି।
ଏହି ଘଟଣାରେ ସରକାରୀ ଅଧିକାରୀଙ୍କ ସହ କେତେକ ଘରୋଇ ପୁସ୍ତକ ପ୍ରକାଶନୀ ସଂସ୍ଥାର ଭୂମିକାକୁ ନେଇ ମଧ୍ୟ ଅଭିଯୋଗ ଉଠିଛି। ମାମଲାର ତଦନ୍ତ ଜାରି ରହିଥିବାବେଳେ ହାଇକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।
ଚର୍ଚ୍ଚା news












