ପୁଅ ଶ୍ରୀମନ୍ଦିର କୁ ଫେରିଯିବେ ବୋଲି ଗୁମୁରିଗୁମରି କାନ୍ଦୁଛି ଗୁଣ୍ତିଚା ମା । କେମିତି ବା କାନ୍ଦିବ ନାହିଁ। ସେ ପା ମା’ .. ମା’ର ନୟନ ଗୋଟିଏ ମୁହୂର୍ତ୍ତ ପୁଅକୁ ନଦେଖିଲେ ମନ ବ୍ୟାକୁଅ ହୋଇଉଠେ।
ପୁଅ ଶ୍ରୀମନ୍ଦିର କୁ ଫେରିଯିବେ ବୋଲି ଗୁମୁରିଗୁମରି କାନ୍ଦୁଛି ଗୁଣ୍ତିଚା ମା । କେମିତି ବା କାନ୍ଦିବ ନାହିଁ। ସେ ପା ମା’ .. ମା’ର ନୟନ ଗୋଟିଏ ମୁହୂର୍ତ୍ତ ପୁଅକୁ ନଦେଖିଲେ ମନ ବ୍ୟାକୁଅ ହୋଇଉଠେ। ମନ ଭିତରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଯାଏ। ଗୁଣ୍ଡିଚା ମା’ ତା ପୁଅକୁ ଦେଖିବା ପାଇଁ ୧୨ମାସ ଅପେକ୍ଷା କରି ରହିଥାଏ। ଦୀର୍ଘଦିନର ଅପେକ୍ଷା କରିବା ପରେ ଯାଇ ୯ଦିନର ଏହି ଖୁସିର ମୁହୂର୍ତ୍ତ ଆସିଥାଏ। ପୁଣି ପୁଅକୁ ଦେଖିବା ପାଇଁ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ବୋଲି ମା’ ମନ କୋହରେ ଭରି ଯାଉଛି।
ଏପଟେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଲକ୍ଷଲକ୍ଷ ଭକ୍ତ ତିନିଠାକୁରଙ୍କୁ ଚାହିଁବସିଛନ୍ତି। ଆଉ କିଛି ସମୟ ପରେ ଆରମ୍ଭ ହେବ ରଥଟଣା। ଲୀଳାଖେଳା ସାରି ଠାକୁର ମନ୍ଦିରକୁ ଫେରିଯିବାକୁ ପ୍ରସ୍ତୁତ। ଯାହାକୁ ନେଇ ଭକ୍ତ ବି ଭୋଭୋ ହୋଇ ଶରଧାବାଲିରେ କାନ୍ଦିକାନ୍ଦି ଦଣ୍ଡବତ ହେଉଛନ୍ତି। ଲୁହଭରା ଆଖିରେ ହାତଯୋଡ଼ି ବ୍ରହ୍ମାଣ୍ଡ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି, ହେ ଠାକୁରେ…. ଆଉ କିଛି ସମୟ ପରେ ଆପଣ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଯିବେ। ପୁଣି ଆପଣଙ୍କୁ ଭକ୍ତଙ୍କ ଗହଣରେ ଦେଖିବାକୁ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ। ସେତେଦିନ ଯାଏଁ ଆପଣଙ୍କ ଦୃଷ୍ଟି ଜଗତ ଉପରେ ରଖିଥିବ ପ୍ରଭୁ… ଏ ସମାଜର ମଙ୍ଗଳ କରିବ ପ୍ରଭୁ। ଆପଣଙ୍କ କରୁଣା ପାଇଁ ଏ ଶରୀରରେ ଜୀବନ ଅଛି। ସାହା ହୋଇଥିବ ପ୍ରଭୁ.. ସାହା ହୋଇଥିବ….. ଜୟ ଜଗନ୍ନାଥ ଜୟ ଜଗନ୍ନାଥ…।
ଚର୍ଚ୍ଚା news












