ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି ନେଇ ଚର୍ଚ୍ଚା ହେଉଛି, ସେଭଳି କୌଣସି ତ୍ରୁଟି ହୋଇନାହିଁ ।
ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି ନେଇ ଚର୍ଚ୍ଚା ହେଉଛି, ସେଭଳି କୌଣସି ତ୍ରୁଟି ହୋଇନାହିଁ । ତେବେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ସଠିକ୍ ସଂସ୍କରଣର ନୂଆ ବହି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ବହି ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି ।
ମନ୍ତ୍ରୀ କହିଛନ୍ତି, ‘ନିମୁଡ଼ା ନିନୁଡ଼ା’ ଗୀତକୁ ନେଇ କିଛି ଗଣମାଧ୍ୟମ ଭୁଲ ତଥ୍ୟ ପ୍ରସାରଣ କରୁଛନ୍ତି । ଜାତୀୟ ଶିକ୍ଷାନୀତି ଅନୁଯାୟୀ ଅନ୍ୟ ରାଜ୍ୟର ଗୀତକୁ ମଧ୍ୟ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇପାରେ ବୋଲି ସେ କହିଛନ୍ତି । ତେବେ ତ୍ରୁଟି ନଥିଲେ କ୍ରାଇମବ୍ରାଞ୍ଚ ତଦନ୍ତ କାହିଁକି ଚାଲିଛି ବୋଲି ପଚରାଯାଇଥିବା ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ମନ୍ତ୍ରୀ ଦେଇନଥିଲେ ।
ଚର୍ଚ୍ଚା NEWS












