କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଦେଖାଦେଇଛି ପ୍ରବଳ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ନଦୀରେ ବଢ଼ୁଥିବା ଜଳସ୍ତର ଏବେ ଚିନ୍ତା ବଢ଼ାଇଛି । ବୈତରଣୀ, ପାଙ୍କି, କାଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁଁ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଦେଖାଦେଇଛି ପ୍ରବଳ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ନଦୀରେ ବଢ଼ୁଥିବା ଜଳସ୍ତର ଏବେ ଚିନ୍ତା ବଢ଼ାଇଛି । ବୈତରଣୀ, ପାଙ୍କି, କାଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁଁ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଜଳ ଅନେକ ତଳିଆ ଅଞ୍ଚଳକୁ ପଶିଯାଇଥିବା ବେଳେ, ଦାଣ୍ଡିସାହି ରାସ୍ତା ଉପରେ ମଧ୍ୟ ପାଣି ଚାଲୁଛି । ଫଳରେ ଆଣ୍ଡରା ଓ ଅମୃତ ମଣୋହି ଭଳି ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି ।
ସେପଟେ ଗୋବରୀ ନଈରେ ବନ୍ୟା ଆସିବା ପରେ ଶହ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଛି । ଚାଷଜମିରେ ବନ୍ୟାପାଣି ଜମି ରହିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଆଗକୁ ଯଦି ବର୍ଷା ଲାଗି ରହେ, ତେବେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି । ଆଜି ଦିନତମାମ ବର୍ଷା ଲାଗି ରହିଥିବାରୁ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକେ ବନ୍ୟାପାଣିକୁ ନେଇ ଆତଙ୍କିତ ଥିବା ବେଳେ, ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଛି ।
ଚର୍ଚ୍ଚାtv












