ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଙ୍ଗଠନିକ ବୈଠକ – ନଭେମ୍ବର 15 ରେ ଵିଶାଲ ସଶସ୍ତ୍ର ଆଦିବାସୀ ରେଲି |
BY-ଦେବେନ୍ଦ୍ର ପୋଡ଼
ବଲାଙ୍ଗିର ::ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପାଟଣାଗଡ଼ ଶାଖା, ଖପ୍ରାଖୋଲ ଶାଖା, ବେଲପଡା ଶାଖା, ପାଟଣାଗଡ଼ ଏନ. ଏ. ସି ତଥା ଶବର, ବିଞ୍ଝାଳ,ଗଣ୍ଡ, କନ୍ଧ, ଦଳ,ମିର୍ଦ୍ଧା, ମୁଣ୍ଡା ସମାଜର କର୍ମକର୍ତାଙ୍କ ଉପସ୍ଥିତିରେ ଶବର ସମାଜର ପାଟଣାଗଡ଼ ଉପଖଣ୍ଡ ସଭାପତି ଚନ୍ଦ୍ର ଶବର ଙ୍କ ସଭାପତିତ୍ୱରେ ଏବଂ ଏସ.ଟି/ଏସି. ସି.କର୍ମଚାରୀ ସଂଘର ପାଟଣାଗଡ଼ ଉପଖଣ୍ଡ ସଭାପତି ଖୁସିରାମ ମଲ୍ଲିକ ଙ୍କ ପରିଚାଳନାରେ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା |
ଆଦିବାସୀ ସଂଘକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବାକୁ ହେଲେ ଦଳ, ମତ, ନିର୍ବିଶେଷରେ ରାଜନୀତିର ଉର୍ଦ୍ଧରେ ରହି କାମ କରିବାକୁ ଆହ୍ୱାନ ଦେଇଥିଲେ | ଉଭୟ ସରକାରର ଆଦିବାସୀ ମାରଣ ନୀତି ଯଥା – ଅନ୍ଵେଷା ଯୋଜନା ବନ୍ଦ କରିବା ଷଡଯନ୍ତ୍ର, ଆଦିବାସୀ ସେବା ଶ୍ରମ କନ୍ୟାଶ୍ରମରେ ଉଚ୍ଚ ମାନର ଶିକ୍ଷା ବଦଳରେ ଶିକ୍ଷାର ମାନ କମିବା ସହ ଛାତ୍ରଛାତ୍ରୀ ସଂସ୍କାରିତ ହେବା ବଦଳରେ ବିପଥଗାମୀ ଆଡ଼କୁ ଯାଉଛନ୍ତି,ହଷ୍ଟେଲ ମାନଙ୍କରେ ଷ୍ଟାଫଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା, ନାବାଳିକା ଛାତ୍ରୀ ମାନେ ଗର୍ଭବତୀ ହେବା, ସୋଲବନ୍ଧ କସ୍ତୁରଵା ସେବା ଶ୍ରମରେ ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ହେବା, କଣ୍ଟାବାଞ୍ଜି ଅନ୍ଵେଷା ହଷ୍ଟେଲ ରେ ଛାତ୍ରଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ | ସରକାର ଆଦିବାସୀ ମାନଙ୍କୁ ଜଙ୍ଗଳ ଜମି ପଟ୍ଟା ଦେବା ବଦଳ ରେ ଜଙ୍ଗଳ ଅଧିକାର ଆଇନ କୁ ପଙ୍ଗୁ କରିଦେବା | ଆଦିବାସୀ ଅଞ୍ଚଳରେ ଖଣି ଖନନ ହେଲେ ଆଦିବାସୀ ମାନେ ଭିଟା ମାଟି ହରେଇବେ, ଜୀବନ ଜୀବିକା ହରେଇବେ, ପରିବେଶ ଦୂଷିତ ହୋଇ ନେପାଳ ଭଲି ବନ୍ୟା ପରିସ୍ଥିତିକୁ ଏଡ଼େଇ ଦିଆ ଯାଇ ନପାରେ | ଗନ୍ଧମାର୍ଦନ ପାହାଡ଼କୁ ଜାତୀୟ ସମ୍ପତ୍ତି ଘୋଷଣା ସହ ଗନ୍ଧମାର୍ଦନ ପାହାଡ଼କୁ ଆଦାନୀ, ଅମ୍ବାନୀ ହାତରେ ନଟେକି ବିଧାନସଭାରେ ସଂସଦରେ ଶ୍ୱେତ ପତ୍ର ଜାରୀ କରିବାରେ ସରକାର ବିଳମ୍ବ କରୁଥିବାରୁ ସଭାରେ କ୍ଷୋଭ ପ୍ରକାଶ କରିଥିଲେ | ବଲାଙ୍ଗୀର ଜିଲ୍ଲାରେ ପ୍ରସ୍ତାବିତ ବିଭିନ୍ନ ଗ୍ରାଫାଇଟ, ମାଙ୍ଗାନିଜ ଖଣି ଯଥା ସାଲେପାଲି, ତମିଆ, ଭରତବାହାଲ, ଲରମ୍ଭା, ବବଜା, ରେଙ୍ଗାଲି ଇତ୍ୟାଦି ଗ୍ରାମରେ ଯଦି ଖଣି ଖନନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ | ଦୈନଦିନ ବ୍ୟବହାର ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା – ଚିନି, ତେଲ, ଗ୍ୟାସ ଅନ୍ୟାନ୍ୟ ଜିନିଷର ଅହେତୁକ ଦରଦାମକୁ ଘୋର ନିନ୍ଦା କରିଥିଲେ | ଚାଷୀ ମାନଙ୍କୁ ଧାନ ବିକ୍ରି କାର୍ଡ କରିବାରେ, ଚାଷ ବୀମା କରିବାରେ ଅଯଥା ସରକାର ହଇରାଣ କରୁଛନ୍ତି |
ଆଗାମୀ ନଭେମ୍ବର 15 ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ପାଟଣାଗଡ଼ ଠାରେ ବିଶାଳ ପାରମ୍ପରିକ ଆଦିବାସୀ ମହାମେଳି କରି ସରକାରକୁ ଚେତାବନୀ ଦିଆଯିବ | ଏହି ରେଲିରେ ପାଟଣାଗଡ଼ ଉପଖଣ୍ଡରୁ ପ୍ରାୟ 40 ହଜାର ସଶସ୍ତ୍ର ପାରମ୍ପରିକ ଆଦିବାସୀ ଯୋଗ ଦେବାର ସିଦ୍ଧାନ୍ତ ହୋଇଛି | ଆଜିର ବୈଠକରେ ମୁଖ୍ୟ ଉପଦେଷ୍ଟା ଅଷ୍ଟ ରତ୍ନ ବରିହା, ଚନ୍ଦ୍ର ଶେଖର ବାଗ, ବିପ୍ର ବିଶି, କୁଷଧ୍ଵଜ ମାଝୀ, ବନମାଳୀ ପୁଟା, ପ୍ରଦୀପ ପଧାନ, ନାରାୟଣ କିଷାନ, ରାମଚନ୍ଦ୍ର ଧରୁଆ, ରମେଶ ପଧାନ, ରୁଷମନ୍ତ ମାଝୀ, ସାରଥୀ ବାଗ, ଚଦ୍ର ଶେଖର ବରିହା, ଟିକେଶ୍ୱର ଧରୁଆ, କ୍ଷୀରାଧର ମାଝୀ, ଲେକରୁ ଧରୁଆ, ଯୁଗେଶ୍ୱର ଭୋଇ, ରମେଶ ପଧାନ,କୁଶ ବରିହା, ଚନ୍ଦ୍ର ଶେଖର ବରିହା,ମଦନ ମାଝୀ, ନିତ୍ୟା ମାଝୀ ପ୍ରମୁଖ ଉଦବୋଧନ ଦେଇଥିବାବେଲେ ଗୌରାଙ୍ଗ ବରିହା, ଚୂଡ଼ାମଣି ଧରୁଆ, ଯୁଧିଷ୍ଠିର ମିର୍ଦ୍ଧା, ହୃଷିକେଶ ଭୋଇ, ପିଣ୍ଟୁ ବରିହା, ଦୀନବନ୍ଧୁ ଧରୁଆ ସହଯୋଗ କରିଥିଲେ ଓ ଗୋପୀ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ |
ଚର୍ଚ୍ଚା tv












