କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନବନିର୍ମିତ ଗାର୍ଡ ୱାଲ୍ ଗତ ୨୩ ତାରିଖରେ ଧସିଯିବା ଘଟଣାକୁ ନେଇ ଘଟଣାସ୍ଥଳର ସ୍ଥିତି ପରଖିବା ପାଇଁ ଘୁ.ଉଦୟଗିରି ବିଧାୟକ
କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିର ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନବନିର୍ମିତ ଗାର୍ଡ ୱାଲ୍ ଗତ ୨୩ ତାରିଖରେ ଧସିଯିବା ଘଟକୁ ନେଇ ଘଟଣାସ୍ଥଳର ସ୍ଥିତି ପରଖିବା ପାଇଁ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଆଜି ବିଧାନସଭା ଅଧିବେଶନ ଛାଡ଼ି କଳିଙ୍ଗା ଘାଟିରେ ପହଞ୍ଚିଥିଲେ । କଳିଙ୍ଗାରେ ପହଞ୍ଚିବା ପରେ ଘାଟିର ଆରମ୍ଭରେ ନାକା ଯାଞ୍ଚ ହେଉଥିବା ସ୍ଥାନରେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଘାଟିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋବାଇଲରେ ଉତ୍ତୋଳନ କରାଯାଇଥିବା ଭିଡିଓ ଦେଖାଇ ତହସିଲଦାର ବିଧାୟକଙ୍କୁ ସୂଚନା ଦେଇଥିଲେ। ଘାଟିରେ ଲଗାତାର ରାସ୍ତା ଧସି ଯାଉଥିବାରୁ ସୁରକ୍ଷା ଦୃଷ୍ଟିରୁ ରାସ୍ତା ଧସିଥିବା ସ୍ଥାନକୁ ନ ଯିବା ପାଇଁ ତହସିଲଦାର ବିଧାୟକଙ୍କୁ ପରାମର୍ଶ ଦେଇଥିଲେ ।
ଚର୍ଚ୍ଚା tv












