କେମିତି କାଟିବ ଆଜିର ଦିନ ;
BY-SUBHASMITA-DT-April 10.4.2026
ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।
ମେଷ: ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।
ବୃଷ: ରବିବାର ସଫଳତା ପାଇବେ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ବିରୋଧୀମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ଶନିବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି।
ମିଥୁନ: ରବିବାର ସାହିତ୍ୟ, ସଂଗୀତରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର କାନୁନ ବିବାଦ ସମାଧାନ ହେବ। ବୁଧ, ଗୁରୁ ଓ ଶୁକ୍ରବାର ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। ଶନିବାର ନିଜର କର୍ତ୍ତବ୍ୟ ପ୍ରତି ସତର୍କ ରହନ୍ତୁ।
କର୍କଟ: ରବିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ସୋମ ଓ ମଙ୍ଗଳବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।
ସିଂହ: ରବିବାର ଭାବିଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗଦେବେ। ବୁଧ, ଗୁରୁ ଓ ଶୁକ୍ରବାର ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଶନିବାର ଭ୍ରମଣ ସୁଖଦ ରହିବ।
କନ୍ୟା: ରବିବାର ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ। ସୋମ ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ଭଲଭାବେ କାମ କରିବେ। ବୁଧ, ଗୁରୁ ଓ ଶୁକ୍ରବାର ଧନସଂପତ୍ତି ବୃଦ୍ଧି ହେବ। ଶନିବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ।
ତୁଳା: ରବିବାର ଘରକୁ ବନ୍ଧୁ ଆସିବେ। ସୋମ ଓ ମଙ୍ଗଳବାର ବ୍ୟବସାୟରେ ମନ ମୁତାବକ ଫଳ ପାଇବେ। ବୁଧ, ଗୁରୁ ଓ ଶୁକ୍ରବାର କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଶନିବାର ଆର୍ଥିକ ସ୍ଥିତି ଭଲ ରହିବ।
ବିଛା: ରବିବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ସୋମ ଓ ମଙ୍ଗଳବାର ଆମଦାନି ବୃଦ୍ଧି ଲାଗି ଯୋଜନା କରିବେ। ବୁଧ, ଗୁରୁ ଓ ଶୁକ୍ରବାର ଜମି ସମ୍ବନ୍ଧୀୟ କାମ ପୂରା ହେବ। ଶନିବାର ପ୍ରେମ ଜୀବନ ଭଲ ରହିବ।
ଧନୁ: ରବିବାର ସମାଜରେ ମାନସମ୍ମାନ ବଢ଼ିବ। ସୋମ ଓ ମଙ୍ଗଳବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଜମିରେ ନିବେଶ ଲାଗି ସମୟ ଭଲ। ଶନିବାର ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ।ମକର: ରବିବାର ସ୍ଥଗିତ ଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର ରାଜନୀତିକ କାର୍ଯ୍ୟ ସଂପନ୍ନ ହେବ। ବୁଧ, ଗୁରୁ ଓ ଶୁକ୍ରବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଶନିବାର ଦୂରଯାତ୍ରା ଲାଭଦାୟକ ରହିବ।
କୁମ୍ଭ: ରବିବାର ବୈବାହିକ ଜୀବନ ଖୁସିରେ କଟିବ। ସୋମ ଓ ମଙ୍ଗଳବାର ବିକାଶ କାର୍ଯ୍ୟରେ ଗତି ଦ୍ରୁତ ହେବ। ବୁଧ, ଗୁରୁ ଓ ଶୁକ୍ରବାର ଲାଗି ରହିଥିବା ବିବାଦ ସମାଧାନ ହେବ। ଶନିବାର ସ୍ବାସ୍ଥ୍ୟ ଖରାପ ହୋଇପାରେ।
ମୀନ: ରବିବାର କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସୋମ ଓ ମଙ୍ଗଳବାର ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ଲାଭର ଅବସର ପାଇବେ। ଶନିବାର ରାଜନେତାଙ୍କ ଲାଗି ସମୟ ଭଲ।
ଚର୍ଚ୍ଚା news












