BY-ରାଜୀବ କୁମାର ବେହେରା
ଉଦଳା :ରାଜୀବ କୁମାର ବେହେରା-ଉଦଳା ଡାକ୍ତରଖାନାରେ ଅବ୍ୟବସ୍ଥା ଜନସ୍ୱାସ୍ଥ୍ୟ ସେବା ନେଇ ବଢୁଛି ଅସନ୍ତୋଷ l
ମୟୁରଭଞ୍ଜ ଜିଲ୍ଲାର ଉଦଳା ଡାକ୍ତରଖାନାରେ ଚାଲିଥିବା ଅବ୍ୟବସ୍ଥା ଓ ଦାୟିତ୍ୱହୀନତା ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ବାହାରୁ ଚକଚକିତ ଦେଖାଯାଉଥିବା ଏହି ସରକାରୀ ଚିକିତ୍ସାଳୟର ଭିତରୁ କିନ୍ତୁ ଅନିୟମିତତା ଓ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି। ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି l
ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତି, କର୍ମଚାରୀଙ୍କ ଅବହେଳା, ରୋଗୀଙ୍କ ସହ ଦୁର୍ବ୍ୟବହାର, ଲିଫ୍ଟ ବନ୍ଦ ରହିବା, ପାଣିର ଅଭାବ ଓ ଶଯ୍ୟା ସଂକଟ, ଡାକ୍ତର କ୍ଵାଟର ଏବଂ ପ୍ରାଇଭେଟ କ୍ଲିନିକ କୁ କରିଛନ୍ତି ନିଜର ବେଉସା, ଏଭଳି ମୌଳିକ ସମସ୍ୟା ଦିନକୁ ଦିନ ଗଭୀର ରୂପ ନେଉଛି। ରୋଗୀମାନେ ଆବଶ୍ୟକ ଚିକିତ୍ସା ସୁବିଧା ନମିଳିବାରୁ ହନ୍ତସନ୍ତ ହେଉଥିବା ଅଭିଯୋଗ ମିଳୁଛି।
ବିଶେଷ କରି ପ୍ରସୂତି ବିଭାଗରେ ଡାକ୍ତରମାନେ ମନ ଇଚ୍ଛା ସମୂହ ଛୁଟିରେ ରହୁଥିବାରୁ ଗର୍ଭବତୀ ମହିଳାମାନେ ଗୁରୁତର ସମସ୍ୟାରେ ପଡୁଛନ୍ତି। ସମୟୋଚିତ ଚିକିତ୍ସା ନମିଳିବା ଫଳରେ ଜନସ୍ୱାସ୍ଥ୍ୟ ସେବା ପ୍ରତି ଲୋକମାନଙ୍କର ଭରସା କ୍ଷୀଣ ହେଉଛି।
ଏହି ପରିସ୍ଥିତିକୁ ବିରୋଧ କରି “ଶ୍ରୀରାମ ସେବା ଟ୍ରଷ୍ଟ” ପକ୍ଷରୁ ସୋମବାର ସକାଳୁ ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଆରମ୍ଭ କରାଯାଇଛି। ତୀବ୍ର ଖରାକୁ ଅଣଦେଖା କରି ସଦସ୍ୟମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ, ଡାକ୍ତରଖାନାର ସୁଧାର ପାଇଁ ୫ ଦଫା ଦାବି ଉଠାଇଛଥିବା ବେଳେ ଦୀର୍ଘ ଦିନ ଧରି ଗାଦୀ ମାଡ଼ି ବସି ଥିବା ଅଧିକାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ତଥା ଅନ୍ୟତ୍ର ବଦଳି ପାଇଁ ଅଭିଯୋଗ ଆଣି ଛନ୍ତି ଦାବିଗୁଡିକର ଶୀଘ୍ର ସମାଧାନ ନହେଲେ ଆନ୍ଦୋଳନକୁ ଆଉ ତୀବ୍ର କରାଯିବ ବୋଲି ସଂଗଠନ ସଚେତନ କରିଛି।
ତଥାପି, ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ପଦକ୍ଷେପ ଦେଖାଯାଇନାହିଁ।
ମୁଖ୍ୟ ପ୍ରଶ୍ନ:
ରୋଗୀଙ୍କ ସୁରକ୍ଷା କେତେ ସୁନିଶ୍ଚିତ?
ସରକାରୀ ଡାକ୍ତରଖାନାରେ ଏପରି ଅବ୍ୟବସ୍ଥା କେବେ ସୁଧରିବ?
ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ସ୍ପଷ୍ଟ, ଜନସ୍ୱାସ୍ଥ୍ୟ ସେବାରେ ଏପରି ଅବହେଳା ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛି। ଏହି ଗୁରୁତର ପରିସ୍ଥିତିକୁ ଗଭୀରତାର ସହ ନେଇ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନଙ୍କ ଦାବି ଜୋରଦାର ହେଉଛି ।
ଚର୍ଚ୍ଚା news












