BY-SUBHASMITA-DT-28.4.2026
ଚଳିତ ବର୍ଷ ଦେଶରେ ଅତିଶୟ ଖରା ଓ ତୀବ୍ର ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମପ୍ରବାହ ଅଧିକ ଦିନ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଏହି ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଆଗୁଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଅଂଶୁଘାତ ପରିଚାଳନା ୟୁନିଟ୍କୁ ସକ୍ରିୟ କରିବାକୁ ମଧ୍ୟ କୁହାଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ପୂର୍ବ, କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ଭାରତ ସହ ଦକ୍ଷିଣ-ପୂର୍ବ ଅଞ୍ଚଳରେ ସାଧାରଣ ଠାରୁ ଅଧିକ ଦିନ ଗ୍ରୀଷ୍ମଲହରି ଅନୁଭୂତ ହେବ।
ଏପଟେ ଓଡ଼ିଶାରେ ତାତି ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅତ୍ୟଧିକ ବଢ଼ିଛି। ଝାରସୁଗୁଡ଼ାରେ ଗତ ୫ ଦିନ ଧରି ୪୪ ଡିଗ୍ରି ସେଲସିଅସ୍ ଉପରେ ରେକର୍ଡ ହେଉଛି। ସେହିପରି ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ହୀରାକୁଦ, ଟିଟଲାଗଡ଼, ବଲାଙ୍ଗୀର ଓ ଭବାନୀପାଟଣା ଭଳି ସ୍ଥାନରେ ମଧ୍ୟ ୪୦ ଡିଗ୍ରି ଉପରେ ତାପମାତ୍ରା ରହୁଛି।
ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।
ଚର୍ଚ୍ଚା NEWS












