ଆଏଜ୍ ଅଗଷ୍ଟ୍ ୧ ସମଲ୍ପୁରୀ ଦିନ୍ ତଥା ମାଏନ୍ତା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର୍ ଆଜ୍ଞା ଙ୍କର ଜନମ୍ ଦିନ୍ ପଶ୍ଚିମ ଓଡିଶାର ଆଜି ଅଗଷ୍ଟ ୧ ସମ୍ବଲପୁରୀ ଦିନ୍ ଓ ଘୁମୁରା ଦିବସ । “ମାଏନ୍ ବେଭାର୍ ଚାଲି ଚଳନ୍ ସବୁ ହେସି ବାରି ଖାନ୍ ପାନ୍ ପିନ୍ଧନ୍ ଉଢ଼ନ ସବୁ ସମଲ୍ପୁରୀ କୋଶଲ୍ ବାସି ବାଆରି ହେସି ଯାହିଁ ଯେନୁ ଥିଲେ ସଭେ ଯୋଟ୍ ଗୁଟେ ଥର୍କେଁ ମା ସମ୍ଲେଇ କୁଲେଁ❤️” *ସାରା ପଶ୍ଚିମ୍ ଓଡ଼ିଶା କେ ଯେନ୍ ଜିନିଷ୍ ଗୁଟେ ବନ୍ଧନ୍ ଥିଁ ବାନ୍ଧି ରଖିଛେ ସେଟା ହଉଛେ ଆମର ସମଲ୍ପୁରୀ l ଖାନ୍ ପାନ୍, ପିନ୍ଧନ୍ ଉଢ଼ନ୍, ମାଏନ୍ ବେଭାର,ଲେନ୍ ଦେନ୍, ରୀତି ନୀତି, କଥା ବାର୍ତ୍ତା, ଚାଲି ଚଳନ୍, ବଜା ଗଜା ସବୁ ସମଲ୍ପୁରୀ* l *ଗରବ୍ ଲାଗ୍ସି ଯେତେ ବେଲେ ଆମର୍ ସମଲ୍ପୁରିଆ ପଦ୍ମଶ୍ରୀ ପାଏସନ୍ l ଦେଶେଁ ବିଦେଶେ ଆମର୍ ସମଲ୍ପୁରୀ ପିନ୍ଧନ୍…
Author: charchanews
ଜ୍ବର ହୋଇଥିବା ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକ୍ସନ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଜଣେ ୪ ବର୍ଷର ଶିଶୁକୁ ଜ୍ବର ହେବାରୁ ଡାକ୍ତରଖାନା ଆଣିଥିଲେ ପରିବାର । ପ୍ରେସକ୍ରିପ୍ସନରେ ଡାକ୍ତର ଜ୍ବର ବଦଳରେ କୁକୁର କାମୁଡା ଇଞ୍ଜେନ ଲେଖିଥିଲେ । ମେଡିସିନ୍ ଆଣିବାକୁ ଗଲା ବେଳେ ପ୍ରେସକ୍ରିପ୍ସନ ଦେଖି କୁକୁର କାମୁଡିଛି କି ବୋଲି ପଚାରିଥିଲେ ଦୋକାନୀ । ଶିଶୁଙ୍କ ସମ୍ପର୍କୀୟ ମନା କରିଥିଲେ ବି କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିଲେ। ପରେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର ଜଣକ ପ୍ରେସକ୍ରିପ୍ସନକୁ ଚିରି ଦେଇଥିଲେ ବୋଲି କହିଛନ୍ତି ଶିଶୁଙ୍କ ସମ୍ପର୍କୀୟ ।
ସିଡ଼ିପିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ। ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି। ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି । ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ସରକାରଙ୍କ ପାଖକୁ ଆଣନ୍ତୁ ବୋଲି ସିଡିପିଓମାନଙ୍କୁ କହିଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା ।ସମସ୍ୟା ଆଣିଲେ ତାର ସମାଧାନର ବାଟ ବାହାର କରିବୁ। ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି । ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ଶାସନ ସଚିବ ।
ଓଟିଇଟି ପ୍ରଶ୍ନପତ୍ର ମାମଲାରେ ୬ ଜଣ ଗିରଫ ହୋଇଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ଏକ ପ୍ରେସ୍ମିଟ୍ରେ କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇ କହିଛନ୍ତି ଯେ, ଏହି ଲିକ୍ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଜରିଆରେ ହୋଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଟଙ୍କା ଆସିଥିବାର ପ୍ରମାଣ ମିଳିଛି।ଗତକାଲି ଏହି ମାମଲାରେ ରାୟଗଡା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ ଉଠାଇଥିଲା କ୍ରାଇମବ୍ରାଞ୍ଚI ତେବେ ରାୟଗଡ଼ା, ଓଟିଇଟି ପ୍ରଶ୍ନପତ୍ର ଲିକ ଯୋଗୁଁ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ରାୟଗଡ଼ା ଜିଲ୍ଲା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ତଥା ଡ଼ଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ସ୍ଥାନୀୟ ପୋଲିସ ସାହାଯ୍ୟରେ କ୍ରାଇମବ୍ରାଞ୍ଚ ବିଜୟଙ୍କୁ ଉଠାଇ ନେଇଥିଲା। ଏବେ ପୁଣି ଆଉ ଜଣେ ବୋର୍ଡ ଅଫିସର କର୍ମଚାରୀଙ୍କୁ…
କଟକ ଶିଶୁଭବନରେ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପି ପଦ୍ଧତିରେ ଏକ ଶିଶୁର ଶ୍ବାସ ନଳୀରୁ ଦେଢ ଇଞ୍ଚ ଲମ୍ବ ଏକ ଲୁହା କଣ୍ଟା ବାହାର କରାଯାଇଛି। ଶିଶୁଟି ଏବେ ସୁସ୍ଥ ଥିବା ବେଳେ ଜୀବନ ପ୍ରତି କୌଣସି ବିପଦ ନ ଥିବା ଡାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି ।ସୂଚନାଯୋଗ୍ୟ, ଯାଜପୁରଜିଲ୍ଲା କାଳିଆପାଣି ଥାନା ଗିରିଙ୍ଗାମାଳିର ଦୁର୍ଗା ପୂର୍ତ୍ତୀଙ୍କ ୬ ବର୍ଷର ପୁଅ ବିନୁ ଖେଳୁଥିବା ବେଳେ କଳଙ୍କି ଲଗା କଣ୍ଟାକୁ ଢୋକି ଦେବାରୁ ତାହା ଶ୍ବାସନଳୀରେ ଅଟକି ଯାଇଥିଲା । ଗତ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଶ୍ବାସକ୍ରିୟାରେ ଯନ୍ତ୍ରଣା ହେବାରୁ ଶିଶୁଟିକୁ ତାର ପରିବାର ଲୋକେ ପ୍ରଥମେ ସୁକିନ୍ଦାରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସି ନ ଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ୍ସ-ରେ କରିବା ସମୟରେ ଶ୍ବାସନଳୀରେ ଏକ କଣ୍ଟା ଥିବା…
ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି ୩ ଦୃର୍ବୁତ୍ତ ନିଆଁ ଲଗାଇଥିବା କଥା ପୀଡିତା ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିନଥିଲେ। ସେ କେବଳ ମୋତେ ବଞ୍ଚାଇଦିଅ,ପାଣି ଦିଅ ବୋଲି କହିଥଇଲେ। ତେବେ ପୀଡିତାଙ୍କ ବୟାନ ଆଧାରରେ କାଯ୍ୟାନଷ୍ଠାନ ହେବ କହିଲେ ପୁରୀ ଏସପି ପିନାକ ମିଶ୍ର । ତଦନ୍ତର ଶେଷ ପଯ୍ୟାୟରେ ପହଞ୍ଚିସାରିଛି । ଆଇନଗତ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି ତଦନ୍ତ । ନାବାଳିକାଙ୍କର ଚିକିତ୍ସା ଚାଲିଥିବାରୁ ଅତି ସତର୍କତାର ସହିତ ତଦନ୍ତ କରାଯାଉଛି । ପୀଡିତାଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଯାହା ତଦନ୍ତ କରାଯାଉଛି । ତାହା ପୀଡିତାଙ୍କ ପରିବାର ଆଗରେ କରାଯାଉଛି । ଆଉ ସମସ୍ତ ପ୍ରକ୍ରିୟା ତଦନ୍ତର ଭିଡିଓ…
ଜମ୍ମୁ ଓ କଶ୍ମୀରର ଗାଣ୍ଡେରବଲ ଜିଲାରେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ବସ ନଦୀକୁ ଖସିପଡ଼ିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ସିନ୍ଧ ନଦୀକୁ ଖସିପଡ଼ିଛି। ଜଣେ ଅଧିକାରୀ କହିଛନ୍ତି ସମସ୍ତ ଯବାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ସ୍ପଷ୍ଟ କରାଯାଇନାହିଁ କି, ବସରେ କେତେଜଣ ଯବାନ ଥିଲେ । ସେପଟେ ବସ୍ ଚାଳକ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଯେଉଁ ଭିଡ଼ିଓ ଆସିଛି ସେଥିରେ ଦେଖିବାକୁ ମିଳିଛି ନଦୀ ଭିତରେ ବସଟି ଭାସୁଛି ଓ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । କିଛି ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇପାରିନାହିଁ ।
ସୁଭଦ୍ରା ପୋର୍ଟାଲ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ଅଗଷ୍ଟ ୯ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ । ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ । ଯୋଗ୍ୟ ହେଲେ ଅଗଷ୍ଟ ୯ ତାରିଖରେ ସୁଭଦ୍ରା କିସ୍ତି ମିଳିବ । ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ । ଜିରୋ ଇନକମ…
ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ ସରକାରୀ ସ୍କୁଲରେ ପାଳନ କରୁ ନ ଥିବା ଦେଖାଦେଇଛି । ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି ବ୍ଲକ ଶିକ୍ଷା ଅଧିକାରୀ ହେଲେ, ଆଗଲପୁର ବିଇଓ ଶ୍ୟାମ ମେହେର, ସଇଁତଲା ବିଇଓ ଦିଲୀପ କୁମାର ଯୋଶୀ, ଟିଟିଲାଗଡ଼ ବିଇଓ ଆତ୍ରତ୍ରାଣ ରଥ, ଦେଓଗାଁ ବିଇଓ ମମତା ମହଦିକ, ଗୁଡଭେଲା ବିଇଓ ନମିତା ରାଣୀ ଭୋଇ, ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ଶବର, ମୁରିବାହାଲ ବିଇଓ ସାନ୍ତୁନୁ କୁମାର ପଢିହାରି, ତୁରକେଲା ବିଇଓ ଗୌତମ ପଟେଲ, ବେଲପଡା ବିଇଓ ଅଭିନବ ମିଶ୍ର, ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ, ଏବଂ ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ। ସମସ୍ତ ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଜାରି କରିଛନ୍ତି ଜିଲ୍ଲା…








