ଆଜି ସନ୍ଧ୍ୟା ପ୍ରାୟ ୪ଟା ସମୟରେ କଟକର ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର କମ୍ୟୁନିଟି ମେଡିସିନ୍ ବିଭାଗ ଭିତରେ ଏକ ମକ୍ ଡ୍ରିଲ୍ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ସୁରକ୍ଷା କର୍ମଚାରୀ, ନର୍ସିଂ ସ୍ଟାଫ୍, ଡାକ୍ତରମାନେ ଓ ବିଭାଗମୁଖ୍ୟ (HOD) ସହଭାଗୀ ହୋଇଥିଲେ। ଆପତ୍କାଳୀନ ପରିସ୍ଥିତିରେ କିପରି ସଠିକ୍ ଓ ତ୍ୱରିତ ପଦକ୍ଷେପ ନିଆଯିବ ତାହା ସମ୍ବନ୍ଧରେ ପ୍ରାୟୋଗିକ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା। ଡ୍ରିଲ୍ ସମୟରେ ବିଭିନ୍ନ ପରିସ୍ଥିତିକୁ ଅଭିନୟ ମାଧ୍ୟମରେ ଦେଖାଯାଇ ଯୋଗଦାନକାରୀମାନଙ୍କୁ ସଚେତନ କରାଯାଇଥିଲା, ଯାହା ଭବିଷ୍ୟତ୍ରେ ଏପରି ଜରୁରୀ ସମୟରେ ସୁଚାରୁ ଭାବେ କାର୍ଯ୍ୟକଳାପ ଚାଲାଇବାରେ ସହାୟକ ହେବ ବୋଲି ପ୍ରକାଶ ପାଇଛି |
ଚର୍ଚ୍ଚା news












