କଟକ ଜିଲ୍ଲା ଜଗତପୁରରେ ଥିବା ପ୍ରଗତି ମିଲ୍କର ୟୁନିଟ୍-୨ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ଉଦ୍ୟମ ଜାରି ରହିଛି।
କଟକ: କଟକ ଜିଲ୍ଲା ଜଗତପୁରରେ ଥିବା ପ୍ରଗତି ମିଲ୍କର ୟୁନିଟ୍-୨ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ, ନିଆଁ ଲାଗିଥିବାର ଖବର ମିଳିବା ପରେ ପ୍ରଥମେ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଅଗ୍ନିଶମ ଷ୍ଟେସନରୁ ଆଉ ଗୋଟିଏ ଟିମ୍ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି |
ଆହୁରି ପଢନ୍ତୁ: ACB Raid: ତିରୁପତି ମନ୍ଦିର ଅଧିକାରୀଙ୍କ ଘରେ ଚଢାଉ: ୧୨ ଲକ୍ଷ ନଗଦ ଟଙ୍କା ସହ ସୁନା, ରୂପା ଜବତ
ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଅଭିଯାନ ଜାରି ରହିଛି। ଅଗ୍ନିଶମ ବିଭାଗର ୫ଜଣ ଅଧିକାରୀଙ୍କ ସମେତ ୫ଟି ଦମକଳ ଗାଡ଼ିର ୩୫ ଜଣ କର୍ମଚାରୀ ନିଆଁ ଲିଭାଉଛନ୍ତି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କ୍ଷୀର ଉତ୍ପାଦନ କାରଖାନାର ଲହୁଣୀ ଗୋଦାମରେ ସକାଳ ପ୍ରାୟ ୭ଟାରେ ନିଆଁ ଲାଗିଯାଇଥିଲା | ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ |
ଚର୍ଚ୍ଚା tv












