BY-SUBHASMITA-DT-16,4,2026
ଭାରତରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଗୃହ ତାଲିକାକରଣ ଏବଂ ଗୃହ ଗଣନା ପାଇଁ କ୍ଷେତ୍ର କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଗୋଆ, କର୍ଣ୍ଣାଟକ, ଲକ୍ଷଦ୍ୱୀପ, ମିଜୋରାମ, ଓଡ଼ିଶା, ସିକିମ ସମେତ ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ନୂଆଦିଲ୍ଲୀ ପୌର ପରିଷଦ (ଏନ୍ଡିଏମ୍ସି) ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଞ୍ଚଳଗୁଡ଼ିକରେ ଏହି ଅଭିଯାନ ଆରମ୍ଭ କରାଯାଇଛି।
ଭାରତରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଗୃହ ତାଲିକାକରଣ ଏବଂ ଗୃହ ଗଣନା ପାଇଁ କ୍ଷେତ୍ର କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଗୋଆ, କର୍ଣ୍ଣାଟକ, ଲକ୍ଷଦ୍ୱୀପ, ମିଜୋରାମ, ଓଡ଼ିଶା, ସିକିମ ସମେତ ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ନୂଆଦିଲ୍ଲୀ ପୌର ପରିଷଦ (ଏନ୍ଡିଏମ୍ସି) ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଞ୍ଚଳଗୁଡ଼ିକରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ୧୫ ମେ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ସରକାରଙ୍କ ଅନୁଯାୟୀ, ପ୍ରାୟ ୧୨ ଲକ୍ଷ ପରିବାର ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ସେମାନଙ୍କର ସୂଚନା ପ୍ରବେଶ କରିସାରିଛନ୍ତି ।
ଅଧିକ ପଢନ୍ତୁ: ଆଜିଠୁ ବର୍ଷବ୍ୟାପୀ ଜନଗଣନା ; ସାମିଲ ହେଲେ ୩୦ ଲକ୍ଷରୁ ଅଧିକ ସରକାର ଅଧିକାରୀ
ଯେଉଁମାନେ ସ୍ୱୟଂ-ଗଣନା ସମାପ୍ତ କରିଛନ୍ତି ସେମାନଙ୍କୁ ସେମାନଙ୍କର ଏସ୍ଇ ଆଇଡି ସୁରକ୍ଷିତ ରଖିବାକୁ ପଡିବ ଯାହା ଦ୍ଵାରା ଜନଗଣନା କର୍ମୀ ଆସିଲେ ପ୍ରକ୍ରିୟା ସମାପ୍ତ ହୋଇପାରିବ । ତଥାପି, ଯେଉଁ ପରିବାରମାନେ ଏହି ପ୍ରକ୍ରିୟାର ସୁବିଧା ନେଇ ନାହାନ୍ତି ସେମାନଙ୍କ ଘରୁ ତଥ୍ୟ ସଂଗ୍ରହ କରାଯିବ । ଜନଗଣନାରେ ପ୍ରଥମ ଥର ପାଇଁ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି। ଯଦିଓ ପାରମ୍ପରିକ ପଦ୍ଧତିରେ ଘର ଘର ବୁଲି ମଧ୍ୟ ସର୍ଭେ କରାଯିବ। ଗୃହ ତାଲିକାକରଣ ପର୍ଯ୍ୟାୟରେ ମୋଟ ୩୩ଟି ପ୍ରଶ୍ନ ମାଧ୍ୟମରେ ସୂଚନା ସଂଗ୍ରହ କରାଯିବ। ଏଥିରେ ଘରର ଅବସ୍ଥା, ପରିବାର ବିବରଣୀ, ଉପଲବ୍ଧ ସୁବିଧା ଏବଂ ସମ୍ପତ୍ତି ସମ୍ବନ୍ଧୀୟ ପ୍ରଶ୍ନ ରହିବ। ଜନଗଣନା ଆଇନ, ୧୯୪୮ ଅନୁଯାୟୀ ସଂଗୃହୀତ ସମସ୍ତ ସୂଚନା ଗୋପନୀୟ ରଖାଯିବ ଏବଂ କେବଳ ପରିସଂଖ୍ୟାନ ଏବଂ ବିକାଶ ଉଦ୍ଦେଶ୍ୟରେ ବ୍ୟବହୃତ ହେବ ।
ଗୁରୁବାର ଦିନ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ , ହରିୟାଣା, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ସ୍ୱ-ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ଏହି ରାଜ୍ୟଗୁଡ଼ିକରେ ଘର ତାଲିକାକରଣ ୧ ମେ ରୁ ୩୦ ମେ ୨୦୨୬ପର୍ଯ୍ୟନ୍ତ କରାଯିବ। ବିହାରରେ ୧୫ ଦିନିଆ ସ୍ୱ-ଗଣନା ପ୍ରକ୍ରିୟା ଏପ୍ରିଲ ୧୭ ରୁ ୧ ମେ ୨୦୨୬ ପର୍ଯ୍ୟନ୍ତ କରାଯିବ। ଏହା ପରେ ଗୃହ ତାଲିକାକରଣ ୨ ମେ ରୁ ୩୧ ମେ ୨୦୨୬ ପର୍ଯ୍ୟନ୍ତ କରାଯିବ । ଜନଗଣନା ଆଇନ ୧୯୪୮ ଅନୁଯାୟୀ ସଂଗୃହିତ ସମସ୍ତ ସୂଚନା ସମ୍ପୂର୍ଣ୍ଣ ଗୋପନୀୟ ରହିବ ଏବଂ କେବଳ ସରକାରୀ ଯୋଜନା ଏବଂ ବିକାଶ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ।
ଚର୍ଚ୍ଚା news











