ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି। ସୁଇଜରଲ୍ୟାଣ୍ଡର ଜୁରିକ୍ ଅଭିମୁଖେ ଯାତ୍ରା କରିବାକୁ ଥିବା ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା
BY-SUBHASMITA-26.4.2026
ଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଦୁର୍ଘଟଣା ଟଳିଯାଇଛି। ସୁଇଜରଲ୍ୟାଣ୍ଡର ଜୁରିକ୍ ଯିବାକୁ ଥିବା ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ପୂର୍ବରୁ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ଏୟାରବସ୍ A330 (ଫ୍ଲାଇଟ୍ LX147) ରନୱେରେ ଟେକ୍-ଅଫ୍ ପାଇଁ ଦୃତଗତିରେ ଯାଉଥିବା ସମୟରେ ଏହାର ଗୋଟିଏ ଇଞ୍ଜିନ ହଠାତ୍ ଅଚଳ ହୋଇ ନିଆଁ ଲାଗିଥିଲା। ପରିସ୍ଥିତି ଗୁରୁତର ହେବା ପୂର୍ବରୁ ପାଇଲଟ୍ ତୁରନ୍ତ ଉଡ଼ାଣ ବାତିଲ କରିଥିଲେ, ଯାହା ଫଳରେ ଏକ ବଡ଼ ବିପଦ ଟଳିଯାଇଛି।
ବିମାନରେ ୨୨୮ ଜଣ ଯାତ୍ରୀ ସହ ୪ ଜଣ ଶିଶୁ ଥିବା ବେଳେ, ସମସ୍ତଙ୍କୁ ଜରୁରୀ ସ୍ଲାଇଡ୍ ଓ ସିଡ଼ି ମାଧ୍ୟମରେ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ତେବେ ଏହି ପ୍ରକ୍ରିୟାରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ଏହି ଘଟଣାର ସବିଶେଷ ତଦନ୍ତ କରାଯିବ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ଏୟାରଲାଇନ୍ସ ସ୍ପଷ୍ଟ କରିଛି। ବିମାନବନ୍ଦରରେ ସେହି ସମୟରେ ଉପସ୍ଥିତ ଥିବା ଯାତ୍ରୀମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ସମ୍ୱେଦନଶୀଳ ସ୍ଥିତି ଥିବା ବେଳେ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ବିପତ୍ତିରୁ ରକ୍ଷା ମିଳିପାରିଛି।
ଚର୍ଚ୍ଚା news












