ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ପୁଣି ତିକ୍ତତା ବଢ଼ିଛି । ହର୍ମୁଜ୍ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଇରାନ ସିଧାସଳଖ ଖଣ୍ଡନ କରିଛି ।
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ପୁଣି ତିକ୍ତତା ବଢ଼ିଛି । ହର୍ମୁଜ୍ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିବା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଇରାନ ସିଧାସଳଖ ଖଣ୍ଡନ କରିଛି । ତେହରାନ କହିଛି, ହର୍ମୁଜ୍ ଏବେ ବି ବନ୍ଦ ରହିଛି ଏବଂ ଇରାନର ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ଏହା ଖୋଲାଯିବ ନାହିଁ ।
ପର୍ସିଆନ୍ ଗଲ୍ଫ ଷ୍ଟ୍ରେଟ୍ ଅଥରିଟି (PGSA) ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଆମେରିକାର ଦାବିକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛି । ସଂସ୍ଥା କହିଛି, ଆମେରିକୀୟ ଅଧିକାରୀଙ୍କ ବାରମ୍ବାର ବୟାନ ଦେବା ଦ୍ୱାରା ବାସ୍ତବ ସ୍ଥିତି ବଦଳିବ ନାହିଁ । ଇରାନର ଦାବି ଅନୁସାରେ, ହର୍ମୁଜ୍ ବନ୍ଦ ରହିଛି ଏବଂ ଏହାକୁ ଖୋଲିବା ନେଇ ଇରାନ ନିଜ ସର୍ତ୍ତରେ ଅଡ଼ି ରହିଛି ।
ଏହି ବିବାଦର ଆରମ୍ଭ ଟ୍ରମ୍ପଙ୍କ ଏକ ବୟାନ ପରେ ହୋଇଛି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଆମେରିକାର ହର୍ମୁଜ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିବା ଏବଂ ଏହି ନିୟନ୍ତ୍ରଣ ବଜାୟ ରଖାଯିବ ବୋଲି ଦାବି କରିଥିଲେ । ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ । ଏହା ଦେଇ ବିପୁଳ ପରିମାଣର ତୈଳ ଓ ଗ୍ୟାସ୍ ପରିବହନ ହୋଇଥାଏ । ତେଣୁ ଏହାକୁ ନେଇ ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ବୟାନବାଜି ବିଶ୍ୱ ତୈଳ ବଜାର ଓ ଅନ୍ତର୍ଜାତୀୟ ନୌବାଣିଜ୍ୟ ଉପରେ ପ୍ରଭାବ ପକାଇପାରେ ।
ଚର୍ଚ୍ଚା tv












