ଇରାନରୁ ହତ୍ୟା ଧମକ ମିଳିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯାତ୍ରାକୁ ନେଇ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁସାରେ, ତୁର୍କୀର ଆଙ୍କାରାରୁ ବ୍ରିଟେନ ଯିବା ସମୟରେ ଟ୍ରମ୍ପ ଗୁପ୍ତ ଭାବେ ଏକ ଛୋଟ ସାମରିକ ବିମାନରେ ଯାତ୍ରା କରିଥିଲେ ।

ରିପୋର୍ଟ ଅନୁସାରେ, ଟ୍ରମ୍ପ ପ୍ରଥମେ କ୍ୟାମେରା ସାମ୍ନାରେ ପୁରୁଣା ଏୟାରଫୋର୍ସ ୱାନରେ ଚଢ଼ିଥିଲେ । ଏଥିରୁ ସାମ୍ବାଦିକମାନେ ଭାବିଥିଲେ ଯେ ସେହି ବିମାନରେ ହିଁ ଟ୍ରମ୍ପ ବ୍ରିଟେନ ଯାଉଛନ୍ତି । କିନ୍ତୁ କିଛି ସମୟ ପରେ ଏକ କ୍ୟାଟରିଂ ଭ୍ୟାନ୍ ଆସି ଟ୍ରମ୍ପଙ୍କୁ ଗୁପ୍ତ ଭାବେ ଅନ୍ୟ ଏକ ସାମରିକ ବିମାନକୁ ନେଇଥିଲା ।
ଏହି ବିମାନଟି ଥିଲା C-32A, ଯାହା ବୋଇଂ ୭୫୭ ଉପରେ ଆଧାରିତ । ଏହି ବିମାନରେ ଟ୍ରମ୍ପ ବ୍ରିଟେନର ଆରଏଏଫ୍ ମିଲଡେନହଲ୍ ବାୟୁଘାଟିରେ ପହଞ୍ଚିଥିଲେ । ତାଙ୍କ ସହ ଥିବା କିଛି ହ୍ୱାଇଟ୍ ହାଉସ୍ କର୍ମଚାରୀ ମଧ୍ୟ ପ୍ରକୃତ ଯାତ୍ରା ଯୋଜନା ସମ୍ପର୍କରେ ଅବଗତ ନଥିବା କୁହାଯାଇଛି ।
ଯାତ୍ରା ସମୟରେ ସାମ୍ବାଦିକମାନଙ୍କୁ ବିମାନର ଝରକା ସେଡ୍ ବନ୍ଦ ରଖିବାକୁ କୁହାଯାଇଥିଲା । ଏହା ଏକ ବିପଦପୂର୍ଣ୍ଣ ଅଞ୍ଚଳ ଦେଇ ବିମାନ ଯାତ୍ରା କରୁଥିବାର ସଙ୍କେତ ବୋଲି ରିପୋର୍ଟରେ କୁହାଯାଇଛି । ପରେ ଟ୍ରମ୍ପ ମଧ୍ୟ ସାମ୍ବାଦିକଙ୍କ ପ୍ରଶ୍ନରେ କହିଥିଲେ ଯେ, ସେମାନେ ହୁଏତ ଏକ ବିପଦପୂର୍ଣ୍ଣ ବିମାନରେ ଥିଲେ । ଏହି ଘଟଣା ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ଆମେରିକା ପ୍ରଶାସନର ସତର୍କତାକୁ ସାମ୍ନାକୁ ଆଣିଛି ।
ଚର୍ଚ୍ଚା tv