ବନ୍ୟା ଆସିବାର ୧୨ ଦିନ ବିତିଗଲାଣି । ହେଲେ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରୁ ହଟୁନି ବନ୍ୟା ପାଣି । ଜମିରେ ଲହଡ଼ି ମାରୁଛି ପାଣି, ଆଉ ସେହି ପାଣି ଭିତରେ ପଚି ନଷ୍ଟ ହେବାକୁ ବସିଛି ଚାଷୀଙ୍କ ସ୍ୱପ୍ନ ।
ବନ୍ୟା ଆସିବାର ୧୨ ଦିନ ବିତିଗଲାଣି । ହେଲେ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରୁ ହଟୁନି ବନ୍ୟା ପାଣି । ଜମିରେ ଲହଡ଼ି ମାରୁଛି ପାଣି, ଆଉ ସେହି ପାଣି ଭିତରେ ପଚି ନଷ୍ଟ ହେବାକୁ ବସିଛି ଚାଷୀଙ୍କ ସ୍ୱପ୍ନ । ବାଲେଶ୍ୱର ବସ୍ତା ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଏଭଳି ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି । ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବାରୁ ଏବେ ବି ଅନେକ ଚାଷ ଜମି ଜଳମଗ୍ନ ହୋଇ ରହିଛି । ଯେଉଁ ଜମିରେ କିଛି ଦିନ ପୂର୍ବରୁ ସୁନାର ଫସଲ ଦେଖିବାର ସ୍ୱପ୍ନ ଦେଖିଥିଲେ ଚାଷୀ, ଆଜି ସେହି ଜମିରେ ଲହଡ଼ି ମାରୁଛି ବନ୍ୟା ପାଣି । ପାଣିରେ ବୁଡ଼ି ରହିଥିବା ଧାନ ତଳି ଏବେ ପଚିଯିବାକୁ ବସିଛି ।
ଦିନ ପରେ ଦିନ ପାଣି ଜମି ରହିବାରୁ ଚାଷ ନଷ୍ଟ ହୋଇଯାଇଥିବା କହୁଛନ୍ତି ଚାଷୀ । ଏବେ ଆଉ ସେହି ଜମିରେ ଚାଷ କରିବା ସମ୍ଭବ ହେବ କି ନାହିଁ, ତାହାକୁ ନେଇ ବି ଆଶଙ୍କା ବଢ଼ିଛି । ବନ୍ୟାରେ ଫସଲ ଗଲା, ଏବେ ଚାଷ ପାଇଁ ଆବଶ୍ୟକ ସମୟ ବି ହାତରୁ ଖସିଯାଉଛି । ତେଣୁ ଆଗକୁ କେମିତି ପରିବାର ଚଳାଇବେ, ପୁଣି ଥରେ ଚାଷ କେମିତି କରିବେ ସେହି ଚିନ୍ତାରେ ପଡ଼ିଛନ୍ତି ବସ୍ତା ଅଞ୍ଚଳର ଅନେକ ଚାଷୀ । ପ୍ରକୃତିର ପ୍ରକୋପରେ ଭାଙ୍ଗିପଡ଼ିଥିବା ଚାଷୀଙ୍କୁ ଏବେ ଆବଶ୍ୟକ ସରକାରୀ ସହାୟତା । କ୍ଷୟକ୍ଷତିର ଆକଳନ କରି ଶୀଘ୍ର କ୍ଷତିପୂରଣ ସହ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ ଏହା ହିଁ ଚାଷୀଙ୍କ ଦାବି ।
ଚର୍ଚ୍ଚା news












