ବସ୍ତିବାସିନ୍ଦା ବିଶେଷ କରି କୃଷକ ବଜାର ବସ୍ତିବାସିନ୍ଦା ଗତ କିଛି ଦିନ ହେବ ବସ୍ତି ଉଚ୍ଛେଦର ଏକ ଆତଙ୍କ ଲୋକଙ୍କଙ୍କ ଭିତରେ ଖେଳାଯାଇ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରି ପକାଇଛି। ଏହି ଆତଙ୍କକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରାୟସ ହୋଇନାହିଁ। ବସ୍ତି ବାସିନ୍ଦାଙ୍କ ସାମ୍ବିଧାନିକ ଆନ୍ଦୋଳନ ଫଳରେ ବସ୍ତିବାସିନ୍ଦାଙ୍କ ବିସ୍ଥାପନ ଓ ଥଇଥାନ ପାଇଁ ରାଜ୍ୟରେ ନିର୍ଦ୍ଦିଷ୍ଟ ଆଇନ ପ୍ରଣୀତ ହୋଇଛି କିନ୍ତୁ ଦେଖାଯାଉଛି ନିଜେ ପ୍ରଶାସନ ଆଇନକୁ ସମ୍ମାନ ଦେଉନାହିଁ। ସମ୍ବିଧାନକୁ ମର୍ଯ୍ୟାଦା ନେବା ତ ଦୂରର କଥା, ବିନା ସାଧାରଣ ଜନସ୍ୱାର୍ଥରେ, ବିନା ନୋଟିସରେ ଗରୀବ, ଶ୍ରମଜୀବୀଙ୍କ ବାସ ଅଧିକାର କୁ ଅପହରଣ କରି ତାଙ୍କ ଜୀବନ ଓ ଜୀବିକାର ମୌଳିକ ଅଧିକାରରୁ ବଂଚିତ କରିବା ଅତି ଗର୍ହିତ ପଦକ୍ଷେପ। ବସ୍ତି ବାସିନ୍ଦାଙ୍କ ପାଇଁ ହୋଇଥିବା ଆଇନ କୁ ଯଦି ସରକାର ଓ ପ୍ରଶାସନ ନ ମାନିବା ତାହା ଅତ୍ଯନ୍ତ କ୍ଷୋଭର ବିଷୟ। ବସ୍ତି ବାସିନ୍ଦାମାନଙ୍କୁ ବିନା ଜନସ୍ୱାର୍ଥରେ ଏବଂ ବନା ଥଇଥାନରେ ଉଛେଦ କରିବା ସଂପୂର୍ଣ୍ଣ ବେଆଇନ କାର୍ଯ୍ୟ। ପ୍ରଶାସନ ଏଥିରୁ କ୍ଷାନ୍ତ ରହିବା ପାଇଁ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତିବାଦ କରାଯାଇ ବସ୍ତି ବାସିନ୍ଦାମାନଙ୍କୁ ବିନା ଥଇଥାନରେ ଉଛେଦ ବନ୍ଦ କରିବା, କର୍ମସ୍ଥଳୀ ନିକଟରେ ଥଇଥାନ କରି ପଟା ଦେବା, ଜାଗା ମିଶନ ଅନୁଯାୟୀ କୃଷକ ବଜାର ବସ୍ତି ବାସିନ୍ଦାଙ୍କୁ ପଟା ଦେବା ପ୍ରମୁଖ ଦାବିରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି।
କଟକ ରୁ ସୌମ୍ୟ ରଞ୍ଜନ ଦାସ ଙ୍କ ରିପୋର୍ଟ
ଚର୍ଚ୍ଚା news












