ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ତ୍ରିରଙ୍ଗା ରାଲିବଲାଙ୍ଗିର (ଦେବେନ୍ଦ୍ର ପୋଡ଼)ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ ଆଜି ଆଗଲପୁର ବ୍ଲକ ଠାରେ ଆୟୋଜିତ ବିଶାଳ ତ୍ରିରଙ୍ଗା ରାଲିରେ ସାମିଲ ହେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦେଶଭକ୍ତିର ଭାବନାରେ ଭରିଥିବା ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ଉତ୍ସାହ ଓ ଯୋଗଦାନ ଅତ୍ୟନ୍ତ ପ୍ରେରଣାଦାୟକ ଥିଲା।ଏହି ରାଲି ଆଗଲପୁରରୁ ବାହାରି ରୋଥ, ଉପରବାହାଲ, ଡୁଡୁକା, ସାଲେଭଟା, କୁଟାସିଂହା ଦେଇ ରୁଗୁଡ଼ିଖାଲ ଛକ ଠାରେ ସମାପ୍ତ ହୋଇଥିଲା। ସ୍ଥାନୀୟ ଜନସାଧାରଣ, ଯୁବଶକ୍ତି ଓ ବିଭିନ୍ନ ବର୍ଗର ଲୋକମାନେ ଉତ୍ସାହର ସହିତ ଏହି ରାଲିରେ ସାମିଲ ହୋଇ ଜାତୀୟ ଏକତା ଓ ଅଖଣ୍ଡତାର ସନ୍ଦେଶକୁ ଆହୁରି ସୁଦୃଢ଼ କରିଥିଲେ। ପ୍ରତ୍ୟେକ ହାତରେ ତ୍ରିରଙ୍ଗା ଓ ପ୍ରତ୍ୟେକ ହୃଦୟରେ ଦେଶପ୍ରେମର ଭାବନା ନେଇ ସମସ୍ତେ ଆଗେଇ ଆସିଥିଲେ।ଆସନ୍ତୁ, ଆମେ ସମସ୍ତେ ମିଶି ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଦେଶ ପ୍ରତି ଆମର ଗର୍ବ ଓ ସମର୍ପଣକୁ ଆହୁରି ଦୃଢ଼ କରିବା ବୋଲି ମନ୍ତ୍ରୀ କହିଥିଲେ ।
By Charcha News











