ବିଧାନସଭାକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ। ସମସ୍ତ ପ୍ରସଙ୍ଗକୁ ନେଇ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ୨୧ ତାରିଖ ଦିନ ସାଢ଼େ ୧୧ଟାରେ ବସିବ ସର୍ବଦଳୀୟ ବୈଠକ । ଗୃହ କେମିତି ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ନିଜ ନିଜ ଆଭିମୁଖ୍ୟ ରଖିବେ । ଅପରାହ୍ଣରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୋଟିଏ ପଟେ ଏମ୍ଏମ୍ଡିଆର୍, ବହି ତ୍ରୁଟି, ଚାଷୀ ପଞ୍ଜିକରଣ, ଶିକ୍ଷକ ଆନ୍ଦୋଳନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ଏପଟେ ବିରୋଧୀଙ୍କ ସହ ସବୁ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସରକାର ।
ବିଧାନସଭାକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ। ସମସ୍ତ ପ୍ରସଙ୍ଗକୁ ନେଇ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ସେପ୍ଟେମ୍ବର 22ରୁ ଆରମ୍ଭ ହୋଇ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଗତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ବିଧାନସଭା ଠିକରେ ଚାଲିପାରିନଥିଲା । ଆଉ ଏଥର ମଧ୍ୟ ସମାନ କଥା ଆଶଙ୍କା କରାଯାଉଛି । ତେବେ ବିରୋଧୀଙ୍କ ହଙ୍ଗାମାକୁ କେମିତି ସରକାର ମ୍ୟାନେଜ କରୁଛନ୍ତି ତାହା ଦେଖିବାର କଥା ।
ଚର୍ଚ୍ଚା news












